fbpx

ଉପନିର୍ବାଚନ ଲଢି ଲୋକସଭାରେ ପହଞ୍ଚିଯିବେ ପ୍ରିୟଙ୍କା, ରାହୁଲଙ୍କୁ ରାୟବରେଲୀରୁ ପ୍ରାର୍ଥୀ କରି କଂଗ୍ରେସ ଦେଲା ବଡ ସଂକେତ

ନୂଆଦିଲ୍ଲୀ:କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଆମେଥି ବଦଳରେ ସୋନିଆଙ୍କ ରାୟବରେଲୀ ଆସନରୁ ରାହୁଲ ଗାନ୍ଧୀଙ୍କୁ ଲଢିବାର ନିଷ୍ପତ୍ତିକୁ ନେଇ ବଡ ଇସାରା କରିଛନ୍ତି । ସେ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ତ କୌଣସି ବି ଉପନିର୍ବାଚନ ଲଢି ଲୋକସଭାରେ ପହଞ୍ଚିଯିବେ । କଂଗ୍ରେସ ନାମାଙ୍କନର ଶେଷ ଦିନରେ ଅର୍ଥାତ୍ ଶୁକ୍ରବାର ଆମେଥି ଓ ରାୟବରେଲୀରୁ ପ୍ରାର୍ଥୀ ଘୋଷଣା କରିଛି । ୨୦୧୯ରେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ଆମେଥିରେ ହାରି ଯାଇଥିବା ରାହୁଲ ଗାନ୍ଧୀ ଏଥର ରାୟବରେଲୀରୁ ନିର୍ବାଚନ ଲଢୁଛନ୍ତି । ଆମେଥିରେ ସୋନିଆ ଗାନ୍ଧୀଙ୍କ ପ୍ରତିନିଧି କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସମର୍ଥକ ସୋସିଆଲ ମିଡିଆରେ ସଫେଇ ଦେଉଛନ୍ତି କି ରାହୁଲ କେରଳର ୱେୟନାଡରେ ଜିତି ଯଦି ଆମେଥି ଛାଡି ଦେଇଥାନ୍ତେ ତେବେ ସେଠାରେ ସ୍ମୃତି ଦ୍ୱିତୀୟ ବାର ଜିତି ଯାଇଥାନ୍ତେ । କିନ୍ତୁ ସେ ରାୟବରେଲୀ ଛାଡିଲେ ପ୍ରିୟଙ୍କା ଏଠାରେ ଉପନିର୍ବାଚନ ଲଢି ଲୋକସଭାକୁ ଆସିବେ ।

ତେବେ ରାହୁଲ ଗାନ୍ଧୀ ଆମେଥି ଆସନ ଛାଡିବାକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ହେଉଛି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଏକ ନିର୍ବାଚନ ଭାଷଣରେ ରାହୁଲଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଭୟ କରନିି, ଭୟରେ ଆସନ ଛାଡନି । ସ୍ମୃତି ଇରାନୀ ମଧ୍ୟ ରାହୁଲ ଆମେଥିରୁ ହାରିବା ଭୟରେ ପ୍ରାର୍ଥୀ ହୋଇନାହାନ୍ତି ବୋଲି ବୟାନ ଦେଇଛନ୍ତି । ଏହି ସମସ୍ତ ଆଲୋଚନାର ଜବାବ ଦେଇ ସୁପ୍ରିୟା ଶ୍ରୀନେତ ଏକ୍ସରେ ଲେଖିଛନ୍ତି, ‘ଭୁଲନ୍ତୁ ନାହିଁ ଯେ ରାହୁଲ ଶତରଞ୍ଜ ଖେଳରେ ମାହିର । ତାଙ୍କର ଗୋଟିଏ ଚାଲରେ ବିଜେପି ଓ ତାଙ୍କର ଚେଲା ଚାମୁଡାଙ୍କର ଖେଳ ସରିଯିବ । ରାୟବରେଲୀ କେବଳ ସୋନିଆଙ୍କର ନୁହେଁ ଏହା ଇନ୍ଦିରା ଗାନ୍ଧୀଙ୍କର ବି ଆସନ ଅଟେ । ଏହା ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ଅଧିକାର ନୁହେଁ ଏହା ଗାନ୍ଧୀ ପରିବାର ଲାଗି ଏକ ବଡ କର୍ତ୍ତବ୍ୟ ।’

Get real time updates directly on you device, subscribe now.