ସରକାରଙ୍କ ବିରୋଧରେ ଗାଈ, ମଇଁଷି କଲେ ପ୍ରତିବାଦ; ଚାରଣ ଭୂମି ଆମ ଅଧିକାର…

ତାମିଲନାଡ଼ୁରେ ରାଜନୈତିକ ଦଳର ନିଆରା ପ୍ରତିବାଦ । ଭୋଟରଙ୍କ ବଦଳରେ ଗୋରୁ ପଲ୍ଲ ହେଲେ ଏକାଠି ।

ଚେନ୍ନାଇ: ତାମିଲନାଡ଼ୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାମ ତାମିଲାର କାଚି (ଏନଟିକେ) ପାର୍ଟି ପକ୍ଷରୁ ଏକ କନଫରେନ୍ସର ଆୟୋଜନ କରାଯାଇଥିଲା, ଯେଉଁଥିରେ ଭୋଟରଙ୍କ ବଦଳରେ ସାମିଲ ହୋଇଥିଲେ ଗାଈ, ବଳଦ, ମଇଁଷି ।

ଶହ ଶହ ସଂଖ୍ୟାରେ ଗାଈ, ବଳଦ, ଷଣ୍ଢ ଏବଂ ମଇଁଷି ମଦୁରାଇ ନିକଟସ୍ଥ ବିରାଧନୁରରେ ଏକତ୍ରିତ ହୋଇଥିଲେ । ଏନଟିକେ ପକ୍ଷରୁ ଚାରଣ ଭୂମି ଆମର ଅଧିକାର ସମାବେଶ କରାଯାଇଥିଲା ।

ଯେଉଁଥିରେ ଗାଈ, ବଳଦ ନିଜର ସମର୍ଥନ ପଦର୍ଶନ କରିଥିବା ଦଳ ପକ୍ଷରୁ କୁହାଯାଇଛି । ଏ ନେଇ ଏନଟିକେ ମୁଖ୍ୟ ସିମନ କହିଥିଲେ, ଅର୍ଗାନିକ ଫାର୍ମିଂ, ପଶୁମାନେ ଚରିବା ଇତ୍ୟାଦି ତାମିଲ ସଂସ୍କୃତିର ମେରୁଦଣ୍ଡ ।

ପଶୁ ଚରିବା ପାଇଁ ବନ ବିଭାଗୀୟ ଅଧିକାରୀଙ୍କ ତରଫରୁ ବହୁ କଟକଣା ଲାଗୁ କରାଯାଇଛି । ଯାହା ଆଦୌ ସହ୍ୟ କରାଯିବା ଉଚିତ୍ ନୁହେଁ ।

ତାମିଲନାଡ଼ୁରେ ଏ ପ୍ରକାର ପ୍ରତିବାଦ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି ।