fbpx

ଜେଏନୟୁରେ ନିଯୁକ୍ତ ହେଲେ ପ୍ରଥମ ମହିଳା କୁଳପତି, ଜାଣନ୍ତୁ କିଏ

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ନୂତନ କୁଳପତି ଭାବରେ ପ୍ରଫେସର୍ ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତ୍ ନିଯୁକ୍ତ ହୋଇଛନ୍ତି । ଧୁଲିପୁଡ଼ି ପଣ୍ଡିତ୍ ଜେଏନୟୁର ପ୍ରଥମ ମହିଳା କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି । ତାଙ୍କର କାର୍ଯ୍ୟକାଳ ୫ ବର୍ଷ ହେବ । ସେ ଏହା ପୂର୍ବରୁ ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ପ୍ରୋଫେସର୍ ଥିଲେ । ତେବେ ଧୁଲିପୁଡ଼ି ପ୍ରୋଫେସର୍ ଏମ୍. ଜଗଦୀଶ କୁମାରଙ୍କ ସ୍ଥାନରେ ରହିବେ । ବର୍ତ୍ତମାନ ଜଗଦୀଶଙ୍କୁ ୟୁଜିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.