fbpx

ପାର୍କିଂ ପାଇଁ ପ୍ରଫେସରଙ୍କ ଗୁଳିମାଡ, ଦୋକାନୀ ଗୁରୁତର

ବାଲେଶ୍ୱର,୧୩ ।୩(ଓଡିଶା ଭାସ୍କର): ବାଲେଶ୍ୱର ଗଡଗଡିଆ ଛକ ନିକଟ ସଞ୍ଜୟ ହାଇଟସ ଆପାର୍ଟମେଣ୍ଟ ବାହାରେ ହୋଇଛି ଗୁଳିମାଡ । ପାର୍କିଂକୁ ନେଇ ଆପାର୍ଟମେଣ୍ଟର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ନ ଗୁଳିମାଡରେ ଗୁରୁତର ଆହତ ହୋଇଥିବା ଆନନ୍ଦ ସିଂଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଗାଡି ପାର୍କିଂକୁ ନେଇ ଆପାର୍ଟମେଣ୍ଟର ୨ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଧିରେ ଧିରେ ପାଟିତୁଣ୍ଡ ବଢିବାକୁ ଗୁଳିକାଣ୍ଡ ଘଟିଥିଲା । ଗୁଳିକାଣ୍ଡରେ ଆନନ୍ଦ ସିଂ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣେ ଦୋକାନୀ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଗୁଳିମାଡ କରିଥିବା ବ୍ୟକ୍ତି ଲକ୍ଷ୍ମଣ ବେହେରାଙ୍କୁ ଅଟକ ରଖିଛି ବାଲେଶ୍ୱର ପୋଲିସ । ତେବେ ଗୁଳିମାଡ କରିଥିବା ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ପ୍ରଫେସର ବୋଲି ଜଣାପଡିଛି ।

Get real time updates directly on you device, subscribe now.