fbpx

ଡିପିଆର ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ, ପ୍ରକଳ୍ପରେ ଖର୍ଚ୍ଚ ହେବ ୬ ହଜାର କୋଟି

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍‍ ଚଳାଚଳ ନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଗତକାଲି ନିଗମ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ଫାଇଭ୍‍-ଟି ଉପକ୍ରମରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ କଟକ ତ୍ରିଶୂଳିଆରୁ ଭୁବନେଶ୍ୱର ବିମାନ ବନ୍ଦରକୁ ମେଟ୍ରୋ ଲାଇନ୍‍ ନିର୍ମାଣ କରାଯିବ ।

ପରବର୍ତ୍ତୀ ସମୟରେ ଏହା ଖୋର୍ଦ୍ଧା, ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ ହେବ । ନିଗମ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ନିର୍ମିତ ହେବାକୁ ଥିବା ୨୬ କିଲୋମିଟର ଦୂରତା ମଧ୍ୟରେ ୨୦ଟି ମେଟ୍ରୋ ଷ୍ଟେସନ୍‍ର ପ୍ରସ୍ତାବ ରହିଛି ।

ଟ୍ରାଫିକ ସର୍ଭେ, ଜିଓ -ଟେକ୍ନୋକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଦିଗ ଅନୁଧ୍ୟାନ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତା ୬ ରୁ ୮ ମାସ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସରକାର ଆକଳନ କରିଛନ୍ତି। ଡିପିଆର ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପ ବିମାନବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟବିହାର ଛକ, ଜୟଦେବବିହାର, ଜାଭିୟର ଛକ, ରେଳ ସଦନ, ଡ୍ରିଷ୍ଟିକ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଦେଇ ତ୍ରିଶୂଳିଆ ଛକ ଯାଏଁ ଯିବ। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ଵର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିଲୋମିଟର ଟ୍ରଙ୍କ୍ ରୁଟ (ମୁଖ୍ୟ ରେଳପଥ) ପାଇଁ ପ୍ରାୟ ୪୫୦ଟି ଖମ୍ବ (ପିଲର୍ ) ଛିଡ଼ା କରାଯିବ।

Image

Get real time updates directly on you device, subscribe now.