fbpx

ବଡ ଖବର! ପ୍ରପର୍ଟି ଏବଂ ସୁନା ବି ଆଧାର କାର୍ଡ ସହ ହେବ ଲିଙ୍କ? ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପ୍ରତ୍ୟେକ ନାଗରିକଙ୍କର ନାମରେ ଥିବା ସମ୍ପତ୍ତି ଉପରେ ବର୍ତ୍ତମାନ ରହିବ ନଜର । ସମ୍ପତ୍ତିଗୁଡିକର ଦଲିଲକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଆସିପାରେ ନୂଆ ନିୟମ । ଏ ନେଇ ଅର୍ଥ ମନ୍ତ୍ରାଳୟ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟର ମତାମତ ଲୋଡିଛନ୍ତି ମାନ୍ୟବର ହାଇକୋର୍ଟ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ପ୍ରଥମ ପରିଚୟ ପାଲଟିଛି ଆଧାର କାର୍ଡ । ତେଣୁ ଆଧାର କାର୍ଡ ସହିତ ସମ୍ପତ୍ତିର ସମସ୍ତ ଡକ୍ୟୁମେଣ୍ଟ ଲିଙ୍କ କରାଇବା ନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି । ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ନେଇ ଗଠିତ ଖଣ୍ଡପୀଠ ଏ ନେଇ ଗ୍ରାମୀଣ ବିକାଶ ଏବଂ ଆଇନ ମନ୍ତ୍ରାଳୟ ନିକଟରୁ ମଧ୍ୟ ଜବାବ ମାଗିଛନ୍ତି ।

ବିଜେପି ନେତା ଅଶ୍ୱୀନୀ ଉପାଧ୍ୟାୟଙ୍କର ଏକ ପିଟିସନ ଉପରେ ଶୁଣାଣି କରୁଛନ୍ତି ମାନ୍ୟବର ହାଇକୋର୍ଟ । ୨୦୧୯ରେ ସେ ଦାବି କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କ ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ସମସ୍ତ ଦଲିଲ ତାଙ୍କର ଆଧାର କାର୍ଡ ସହ ଲିଙ୍କ ହେବା ଆବଶ୍ୟକ । ତେବେ ସୋମବାର ଏହାର ଶୁଣାଣି ସମୟରେ ଆବଦନରେ କିଛି ତ୍ରୁଟି ପରିଲକ୍ଷିତ ହୋଇଛି । ତେଣୁ ଏହାକୁ ସଂଶୋଧନ କରିବା ସହ ବିଭିନ୍ନ ମନ୍ତ୍ରାଳୟରୁ ଉତ୍ତର ମାଗିଛନ୍ତି କୋର୍ଟ । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ଆସନ୍ତା ୧୮ ଜୁଲାଇରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି । ତେବେ କୋର୍ଟ କି ନିଷ୍ପତ୍ତି ନେବେ ସେ ଉପରେ ରହିବ ସମସ୍ତଙ୍କ ନଜର ।

ସୂଚନା ଅନୁସାରେ, ପିଟିସନ ଦାୟର କରି ଶ୍ରୀ ଉପାଧ୍ୟାୟ କହିଥିଲେ ଯେ, ଆଦାର ସହ ସମ୍ପତ୍ତି ଏବଂ ସୁନାଗହଣା ଲିଙ୍କ କରାଇବା ଦ୍ୱାରା ଭ୍ରଷ୍ଟାଚାର, କଳାଧନ ଏବଂ ବେଆଇନ ଟ୍ରାଞ୍ଜାକ୍ସନ ଉପରେ ରୋକ ଲାଗି ପାରିବ । ତେବେ ଧାରା ୨୧ ଅନୁଯାୟୀ, ଏଭଳି ଭ୍ରଷ୍ଟାଚାର କିମ୍ବା କଳାଧନ ଏବଂ ବେଆଇନ ସମ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ସରକାର ଉଚିତ ପଦକ୍ଷେପ ନେବାକୁ ବାଧ୍ୟ ବୋଲି କହିଛନ୍ତି ବିଜେପି ନେତା । ତେବେ ଏଭଳି ଏକ ବଡ ପଦକ୍ଷେପ ଏବହ ନିଷ୍ପତ୍ତି ଅନିବାର୍ଯ୍ୟ କରିବା ଉଚିତ । ଯାହାଦ୍ୱାରା ବାର୍ଷିକ ବୃଦ୍ଧିରେ ୨ ପ୍ରତିଶତ ଫାଇଦା ଦେଖିବାକୁ ମିଳିବ ।

Get real time updates directly on you device, subscribe now.