fbpx

ଉଗ୍ରରୂପ ନେଲା ଜମି ବିବାଦ: ଆକ୍ରମଣରେ ୨ ପରିବାରର ୧୨ ଆହତ

ବାଲେଶ୍ୱର: ଜମି ବିବାଦରୁ ଉଗ୍ର ରୂପ ନେଇଛି ଗଣ୍ଡଗୋଳ । ଖଣ୍ଡା ଏବଂ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୮ ଜଣ ଥିବା ବେଳେ ଅନ୍ୟ ପରିବାରର ୪ ଜଣ ଥିବା ସୂଚନା ମିଳିଛି । ଘଟଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ମେହନପୁର ଗ୍ରାମରେ ।

ସୂଚନା ଅନୁସାରେ, ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ବାଡ଼ ଓପାଡ଼ିବାକୁ ନେଇ ଉଭୟ ପରିବାର ମଧ୍ୟରେ ଏହି ବଚସା ଆରମ୍ଭ ହୋଇଥିଲା । ପରେ ଏହି ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ପରିସ୍ଥିତି ଅଣାୟତ୍ତ ହେବାକୁ ଲାଗିଥିଲା ।

ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିବା ସହିତ ଘଟଣାର ଅଧିକ ତନାଘନା ଚଳାଇଛି ।

Get real time updates directly on you device, subscribe now.