fbpx

ରୁଚିକାକୁ ନ୍ୟାୟ ଦାବିରେ ଧାରଣା ଜାରି: ଅଟକାଇ ପାରିଲାନି ମୁଷାଳଧାରା ବର୍ଷା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରୁଚିକା ଆତ୍ମହତ୍ୟା ଘଟଣାରେ ବିକ୍ଷୋଭ ଜାରି ରହିଛି । ଗତ ତିନି ଦିନରୁ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି ରୁଚିକା ମା ଏବଂ ପରିବାର ସମେତ କଲେଜର ଛାତ୍ରଛାତ୍ରୀ । ଲଘୁଚାପ ଜନିତ ଲଗାଣ ବର୍ଷା ମଧ୍ୟ ସେମାନଙ୍କ ଦାବି କିମ୍ବା ଧାରଣାକୁ ଅଟକାଇ ପାରିନି । ବର୍ଷାରେ ଭିଜି ଧାରଣା ଦେଇଛନ୍ତି ବିକ୍ଷୋଭକାରୀ ।

ବିଜେବି କଲେ ଛାତ୍ରୀ ରୁଚିକା ଆତ୍ମହତ୍ୟା ପରେ ଝିଅକୁ ନ୍ୟାୟ ଦେବା ଦାବି ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ମୃତକଙ୍କ ମା । ଗତକାଲିଠୁ ଭୁବନେଶ୍ୱରରେ ଲଘୁଚାପ ଜନିତ ଲଗାଣ ବର୍ଷା ମଧ୍ୟ ତାଙ୍କୁ ସେଠାରୁ ଦୋହଲାଇ ପାରିନି । ବର୍ଷାରେ ଭିଜି ରାତିସାରା ଧାରଣାରେ ବସିଛନ୍ତି ରୁଚିକାଙ୍କ ମା । ତାଙ୍କ ସହିତ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ଧାରଣାରେ ବସି ରହିଛନ୍ତି । ରୁଚିକାଙ୍କୁ ନ୍ୟାୟ ଦାବି ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦିଆଯାଇଛି ।

ଏହାବ୍ୟତୀତ ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଏବେ ବିଧାନସଭାରେ ପହଞ୍ଚି ସାରିଛି । ବିରୋଧୀଦଳ ତରଫରୁ ଗତକାଲି ବିଦାନସଭାରେ ଉଠିଥିଲା ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମେଲା । ଏହି ପ୍ରସଙ୍ଗ ନେଇ ବରୋଧୀ ଦଳ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ତେବେ ମାମଲା ଏବେ ସରଗରମ ଥିବା ବେଳେ ଆଗକୁ କ’ଣ ହେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Get real time updates directly on you device, subscribe now.