fbpx

(Video) ଶିକାରୀ ବନିଗଲେ ଶିକାର: ପୋଲିସ ଇନ୍ସପେକ୍ଟର ମାରିଲେ ଟକ୍କର, ଚାଲାଣ କାଟିଲେ ପବ୍ଲିକ

ନୂଆଦିଲ୍ଲୀ: ଆଜିକାଲିର ରାସ୍ତାଘାଟରେ ପ୍ରବଳ ଭିଡ଼ କାରଣରୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତେବେ ଏପରି ମାମଲାରେ ଅନେକ ସମୟରେ ଟ୍ରାଫିକ ଯାଞ୍ଚରେ ଧରାପଡ଼ି ଫାଇନ୍ ଦେବାକୁ ଅନେକ ଲୋକ ବାଧ୍ୟ ହୋଇଥାନ୍ତି । ସାଧାରଣ ଭାବେ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କ ଠାରୁ ଫାଇନ୍ ଆଦାୟ କରିଥାନ୍ତି । ମାତ୍ର ଏଠାରେ ଘଟିଛି ସମ୍ପୂର୍ଣ୍ଣ ଅଲଗା ।

ସୂଚନା ମୁତାବକ, ଉତ୍ତରପ୍ରଦେଶର କାନପୁରରେ ଜଣେ ପୋଲିସ ଇନ୍ସପେକ୍ଟର ତାଙ୍କର ଏସୟୁଭିକୁ ବ୍ୟାକ କରୁଥିବା ସମୟରେ ଏକ କାରକୁ ଟକ୍କର ମାରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଇନ୍ସପେକ୍ଟରଙ୍କର ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଚେକ୍ କରିଥିଲେ । ତେବେ ଡିଏଲ ନଥିବାରୁ ପୋଲିସ ହାତ ଯୋଡ଼ିଥିବା ଦେଖାଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

କଲ୍ୟାଣପୁର ନିକଟସ୍ଥ ଜିଟି ରୋଡ଼ରେ ଏହି ଘଟଣା ଘଟିଥିଲା । ପୋଲିସ ବାବୁ କାରକୁ ଧକ୍କା ଦେବା ପରେ କାର ଚାଳକ ଓ ଉପସ୍ଥିତ ଲୋକମାନେ ଇନ୍ସପେକ୍ଟରଙ୍କୁ ଡିଏଲ ମାଗିଥିଲେ । ମାତ୍ର ପୋଲିସ ବାବୁଙ୍କର ଡିଏଲ ନଥିବାରୁ ଜନତାଙ୍କ ଚାପର ବଶବର୍ତ୍ତୀ ହୋଇ ସେଠାରେ ଉପସ୍ଥିତ ଥିବା ଜଣେ ଟ୍ରାଫିକ ସିପାହୀ ଇନ୍ସପେକ୍ଟରଙ୍କ ନାମରେ ୫୦୦ ଟଙ୍କାର ଚାଲାଣ କାଟିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଘଟଣାକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.