fbpx
BSKY SKY
BSKY SKY

ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ, ଭର୍ତ୍ତି ହେଲେ ଗଙ୍ଗାରାମ ହସ୍ପିଟାଲରେ

BSKY

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ କାରଣରୁ ତାଙ୍କୁ ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କୁ ଜ୍ୱର ହେବା ପରେ ଗତକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଥା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, କଂଗ୍ରେସ ସଂସଦୀୟ ଦଳର ପ୍ରମୁଖ ସୋନିଆ ଗାନ୍ଧୀଙ୍କୁ ଜ୍ୱର ହେବା କାରଣରୁ ୨ ମାର୍ଚ୍ଚରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଙ୍ଗାରାମ ହସ୍ପିଟାଲ ଚେଷ୍ଟ ମେଡିସିନ ବିଭାଗର ଡ଼ାକ୍ତର ଅରୂପ ବସୁ ଏବଂ ତାଙ୍କ ଟିମ୍ ସୋନିଆ ଗାନ୍ଧୀଙ୍କ ଚିକିତ୍ସା କରୁଛନ୍ତି । କୁହାଯାଉଛି ଯେ, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଜାଂଚ କରାଯାଉଛି, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି ।

ଏହା ପୂର୍ବରୁ ଜାନୁଆରୀ ମାସରେ ସୋନିଆ ଗାନ୍ଧୀଙ୍କୁ ଭାଇରାଲ ଇନଫେକ୍ସନ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେଣୁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା ଛାଡି, ମାଆଙ୍କ ପାଖକୁ ଯିବାକୁ ପଡିଥିଲା । ତେବେ ସୋନିଆଙ୍କୁ ୧ ସପ୍ତାହ ସେଠାରେ ରହିବାକୁ ପଡ଼ିଥିଲା ।

Get real time updates directly on you device, subscribe now.