fbpx

ଷ୍ଟିଲ ଦୋକାନୀଙ୍କଠୁ ପୂଜା ବଟି ଆଦାୟ କରି ବନ୍ଧା ହେଲେ ୨ ଯୁବକ, ଚାନ୍ଦା ରସିଦ୍ ଜବତ କଲା ପୁଲିସ

କଟକ (ଭାସ୍କର ନ୍ୟୁଜ୍‌): ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକରେ ଥିବା ଏକ ଷ୍ଟିଲ ଦୋକାନ ମାଲିକଙ୍କୁ ୧୩ହଜାର ଟଙ୍କା ପୂଜା ଚାନ୍ଦା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ କଲେଜ ଛକ ଜୁନୁଷ ପାଟଣାର ଶରତ ବେହେରା(୩୯) ଏବଂ ରାକେଶ ବେହେରା ଓରଫ ବନିଆ (୨୫)ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିସହିତ ଚାନ୍ଦା ବାବଦ ଏକ ରସିଦ୍‌ ବି ପୋଲିସ ଜବତ କରିଥିବା ସୂଚନା ମିଳିଛି ।

ମାଲଗୋଦାମ ଥାନା ପୋଲିସର ସୂଚନା ମୁତାବକ କଲେଜ ଛକ ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଥିବା ଦୁର୍ଗା ଷ୍ଟିଲ ମାଲିକ ରତନ ଅଗ୍ରୱାଲ୍‌ଙ୍କୁ ଗତ ୨୫ ତାରିଖ ସଂଧ୍ୟା ସମୟରେ ୪ରୁ ୫ଜଣ ବ୍ୟକ୍ତି ପୂଜା ଚାନ୍ଦା ବାବଦରେ ଏକ ରସି୍‌ଦ ଦେଇଥିଲେ । ଯାହାକି ଉକ୍ତ ରସିଦ୍‌ ମୁତାବକ ତାଙ୍କୁ ୧୩ହଜାର ଟଙ୍କା ଦେବାକୁ କୁହାଯାଇଥିଲା । ଟଙ୍କା ନଦେଲେ ବ୍ୟବସାୟୀକ କାରବାରରେ ସମସ୍ୟା ହେବା ନେଇ ପରୋକ୍ଷରେ ଚେତାବନୀ ଦେଇଥିଲେ । ରତନ ଏସଂକ୍ରନ୍ତରେ ସୋମବାର ଦିନ ମାଲଗୋଦାମ ଥାନାରେ ଏତଲା ଦେଇଥିଲେ ।

Get real time updates directly on you device, subscribe now.