fbpx

ପୂଜା ଖେଡକରଙ୍କ ଉପରେ UPSCର ବଡ଼ କାର୍ଯ୍ୟାନୁଷ୍ଠାନ; ନିଯୁକ୍ତି ଓ ପରୀକ୍ଷା ଦେବା ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିବାଦଘେରରେ ଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ୟୁପିଏସସି । ଏବେ ସେ ଆଇଏଏସ୍ ହେବେ ନାହିଁ। ୟୁପିଏସସି ପୂଜା ଖେଡକରଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ଯୋଗ ଦେବାକୁ ବାରଣ କରିଛି । ସେହିପରି ସିଏସଇ-୨୦୨୨ ପାଇଁ ତାଙ୍କର ପ୍ରାର୍ଥିପତ୍ର କୁ ମଧ୍ୟ ଆୟୋଗ ରଦ୍ଦ କରିଛନ୍ତି । ଏକ ବିବୃତିରେ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ୟୁପିଏସସି କହିଛି ଯେ ସମସ୍ତ ରେକର୍ଡଯାଞ୍ଚ କରିବା ପରେ ଜଣାପଡିଛି ଯେ ପୂଜା ଖେଡକର ସିଏସଇ-୨୦୨୨ ନିୟମଉଲ୍ଲଂଘନ କରିଛନ୍ତି । କମିଶନ ସିଏସଇର ଗତ ୧୫ ବର୍ଷର ତଥ୍ୟର ସମୀକ୍ଷା କରିଥିଲେ, ଯେଉଁଥିରେ ୧୫ ହଜାରରୁ ଅଧିକ ପ୍ରାର୍ଥୀ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ପୂଜା ଖେଡକରଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆସିଛି । ବୁଧବାର ଦିଲ୍ଲୀର ଏକ ଅଦାଲତରେ ପୂଜା ଖେଡକରଙ୍କ ଅନ୍ତରୀଣ ଜାମିନ ଶୁଣାଣି ହୋଇଥିଲା । ଅଦାଲତଙ୍କ ଶୁଣାଣି ପରେ ସେ ନିଜର ରାୟ ସଂରକ୍ଷିତ ରଖିଥିଲେ । ଅଗଷ୍ଟ ପହିଲାରେ କୋର୍ଟ ରାୟ ଶୁଣାଇବେ ।

ନିକଟରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପୂଜା ଖେଡକରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । କାଗଜପତ୍ରରେ ନାମ, ଫଟୋ, ଇମେଲ ଏବଂ ଠିକଣାରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ପୂଜା ଖେଡକରଙ୍କ ବିରୋଧରେ । କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ପରେ ପୂଜା ଖେଡକର ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.