୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପକ୍କା ରାସ୍ତା
ସବୁ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ)ଗାଁକୁ ରାସ୍ତା ସଂଯୋଗ ପାଇଁ ହେଉଛି ଯୋଜନା । ଏବେ 100 ଜନସଂଖ୍ୟା ବିଶିଷ୍ଟ ଗାଁକୁ ହେବ ପକ୍କା ରାସ୍ତା ।
ଭୁବନେଶ୍ବର: ଏବେ ଆଉ ଖଟିଆରେ ବୁହା ହେବେନି ରୋଗୀ । ସବୁ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ)ଗାଁକୁ ରାସ୍ତା ସଂଯୋଗ ପାଇଁ ହେଉଛି ଯୋଜନା । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଏକ ବଡ଼ ପ୍ଲାନ । ଏବେ 100 ଜନସଂଖ୍ୟା ବିଶିଷ୍ଟ ଗାଁକୁ ହେବ ପକ୍କା ରାସ୍ତା । ଏନେଇ ଗାଁ ଗୁଡ଼ିକର ତାଲିକା ପ୍ରସ୍ତୁତ ସରିଛି।
ପିଏମ ଜନ ମନ ଯୋଜନାରେ 350 କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ପରେ ଏକଥା କହିଛନ୍ତି ମନ୍ତ୍ରୀ ରବି ନାଏକ।
ସେ କହିଛନ୍ତି, ବ୍ରିଜ୍ କମ୍ ବ୍ୟାରେଜ ନିର୍ମାଣ ହେବ। ଏହାଦ୍ୱାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡବଲ ଲାଇନ ହେବ। କାମ ଖରାପ ହେଲେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ଉପରେ ଆଇନଗତ କାର୍ଯାନୁଷ୍ଠାନ ହେବ ବୋଲି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ରବି ନାଏକ।