fbpx

ପ୍ରବଳ ବର୍ଷାରେ ଜଳମଗ୍ନ ପୁନେ ସହର, ବନ୍ୟାରେ ଫସିଥିବା କାରକୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରୁଛନ୍ତି ଲୋକେ

ମୁମ୍ବାଇ: ଦେଶର ଅନେକ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିମଧ୍ୟରେ ମହାରାଷ୍ଟ୍ର ପୁନେରେ ପ୍ରବଳ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଅନେକ ଅଂଚଳ ଜଳମଗ୍ନ ହେବା ଯୋଗୁ ଯାତାୟାତ ଏକ ପ୍ରକାର ଠପ୍ ହୋଇଯାଇଛି । ପୁନେ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଦମକଳ ବାହିନୀ ଏବଂ ରେସ୍କ୍ୟୁ ଟିମ୍ ନିୟୋଜିତ ଅଛନ୍ତି ।

ପୁନେ ମହାନଗର ନିଗମ ସାମ୍ନାରେ ଥିବା ତିଳକ ବ୍ରିଜ ପାଖରେ ଅନେକ ଗାଡ଼ି ବନ୍ୟାଜଳରେ ଫସିରହିଛି । ଏହି ଗାଡ଼ି ଗୁଡ଼ିକୁ ଦମକଳ ବାହିନୀ କର୍ମଚାରୀମାନେ ଦଉଡ଼ି ସାହାଯ୍ୟରେ ଟାଣି ଟାଣି ନେଉଥିବାର ଦେଖାଦେଇଛି । ଏହି ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲଗାତାର ୧୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବା ପରେ ଆଜି (ରବିବାର) ଏଥିରେ ହ୍ରାସ ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.