ଅସୁସ୍ଥ ହୋଇପଡିଲେ ପଞ୍ଜାବ କିଙ୍ଗସର ମାଲିକାଣୀ ପ୍ରୀତି ଜିଣ୍ଟା, ଟ୍ରାଭେଲିଙ୍ଗକୁ ଦେଲେ ଦୋଷ
ପଞ୍ଜାବ କିଙ୍ଗସର ମାଲିକାନା ପ୍ରୀତି ଜିଣ୍ଟାଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯାଇଛି। ଏହାର ସୂଚନା ଅଭିନେତ୍ରୀ ନିଜେ ଦେଇ ଟ୍ରାଭେଲିଙ୍ଗକୁ ଦୋଷ ଦେଇଛନ୍ତି..
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଆଜି ଡବଲ ହେଡରର ପ୍ରଥମ ମ୍ୟାଚ ମୂଲ୍ଲମ୍ପୁର କ୍ରିକେଟ ଷ୍ଟାଡିୟମରେ ପଞ୍ଜାବା କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ଖେଳାଯିବ।
ଏହାପରେ ପଞ୍ଜାବ ନିଜ ଘରୋଇ ମ୍ୟାଚ ଧର୍ମଶାଳାରେ ଖେଳିବ। ଏହା ପୂର୍ବରୁ ଟିମର ମାଲିକାଣୀ ପ୍ରୀତି ଜିଣ୍ଟା ଅସୁସ୍ଥ ହୋଇପଡିଛନ୍ତି। ସେ ନିଜେ ଏହି ସୂଚନା ଦେଇଛନ୍ତି।
ଶ୍ରେୟସ ଅୟର ଏବଂ ଟିମକୁ ସପୋର୍ଟ କରି ପଞ୍ଜାବ କିଙ୍ଗସର ମାଲିକାଣୀ ପ୍ରୀତି ଜିଣ୍ଟା ସବୁ ମ୍ୟାଚରେ ପହଞ୍ଚୁଛନ୍ତି। ଗତ ମ୍ୟାଚରେ ମଧ୍ୟ ସେ ବେଙ୍ଗଲୁରୁରେ ଥିଲେ, ଯେଉଁଠାରେ ପଞ୍ଜାବ ବର୍ଷା ଦ୍ୱାରା ପ୍ରଭାବିତ ମ୍ୟାଚରେ ୫ ୱିକେଟରେ ବିଜୟ ହାସଲ କରିଥିଲା। ପ୍ରୀତି ରବିବାର ଦିନ ହେବାକୁ ଥିବା ମ୍ୟାଚ ପୂର୍ବରୁ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ। ଏହା ପଛରେ ସେ ଟ୍ରାଭେଲିଙ୍ଗକୁ ଦୋଷ ଦେଇଛନ୍ତି।
I’m sure it’s all the hectic travel, excessive heat n air conditioning exposure & constantly changing hotel rooms that has brought on the fever. It’s never fun when you are sick & having a sleepless night. Thank god mom is coming to see me & the game tomorrow 😍 Hope I can make…
— Preity G Zinta (@realpreityzinta) April 19, 2025
ସେ ଲେଖିଛନ୍ତି ଯେ, ମୋତେ ବିଶ୍ୱାସ ରହିଛି ଯେ, ଏହା ସବୁ ବ୍ୟସ୍ତ ଯାତ୍ରା, ଅତ୍ୟଧିକ ଗରମ ଏବଂ ଏୟାର କଣ୍ଡିଶନିଂଗ ସଂସ୍ପର୍ଶରେ ଆସି ଏବଂ ଲଗାତାର ହୋଟେଲର ରୁମ ଚେଞ୍ଜ କାରଣରୁ ଜ୍ୱର ଆସିଛି। ଯେତେବେଳେ ଆପଣ ଅସୁସ୍ଥ ଥିବେ ଏବଂ ଆପଣଙ୍କୁ ରାତି ସାରା ନୀଦ ହେବନି, ସେବେ କିଛି ଜିନିଷ ଭଲ ଲାଗିବନି। ମାଆ ମୋତେ ଏବଂ ଖେଳକୁ ଦେଖିବା ଲାଗି ଆସୁଛି। ଏହା କ୍ରିକେଟର ଜ୍ୱର ଏବଂ କିଛି ନୀଦ ନେବାର ଛେଷ୍ଟା କରିବି ବୋଲି କହିଛନ୍ତି।