fbpx

ଶେଷରେ ରାବାଡା ଶୋ’: ବ୍ୟାଟିଂ ବିପର୍ଯ୍ୟୟ ପରେ ବି ସମ୍ମାନଜନକ ସ୍କୋରରେ ପଞ୍ଜାବ, ଲକ୍ଷ୍ୟ ୧୩୮

Advertisement

ନୂଆଦିଲ୍ଲୀ: ୱାନଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଚାଲୁ ରହିଛି ଓଚଖ ସିଜନର ଅଷ୍ଟମ ଲିଗ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଲକାତାକୁ ୧୩୮ ରନର ଲକ୍ଷ୍ୟ ଦେଇଛି ପଞ୍ଜାବ । ଦଳ ପକ୍ଷରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାନୁକା ରାଜପାକ୍ଷା ୯ ବଲରେ ଦ୍ରୁତ ୩୧ ରନ ସଂଗ୍ରହ କରିଥିବା ବେଳେ ଷ୍ଟାର ପେସ ବୋଲର କାଗିସୋ ରାବାଡା ୧୬ ବଳରେ ୨୫ ରନର ଦମଦାର ପାଳି ଖେଳିଛନ୍ତି । ଉଭୟଙ୍କ ଏହି ପାଳି ଯୋଗୁଁ ୧୩୭ ରନ ଭଳି ଏକ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି ପଞ୍ଜାବ କିଙ୍ଗସ ।

ଟସ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ କୋଲକାତା ଅଧିନାୟକ ଶ୍ରେୟସ ଅୟର । ତେବେ ତାଙ୍କର ଏହି ନିଷ୍ପତ୍ତିକୁ ଠିକ ବୋଲି ପ୍ରମାଣିତ କରିଥିଲେ ଦ୍ରୁତ ବୋଲର ଉମେଶ ଯାଦବ । ଖେଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ପଞ୍ଜାବ । ପ୍ରଥମ ବଲରେ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲ ପାଭିଲିୟନ ଫେରିଥିଲେ । ଏହାପରେ ଦଳ ପାଇଁ ବଡ ସ୍କୋର କରିବାରେ କେହି ସଫଳ ହୋଇ ପାରିନାହାନ୍ତି । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାନୁକା ରାଜପାକ୍ଷା ୯ ବଳରେ ୩୧ ରନର ଏକ ଜବରଦସ୍ତ ପାଳି ଖେଳିଥିଲେ । ତାଙ୍କର ଏହି ପାଳିରେ ୩ଟି ଚୌକା ଏବଂ ୩ଟି ଛକା ସାମିଲ ରହିଛି । କିନ୍ତୁ ବଡ ଭାଗୀଦାରୀ କରିବାରେ ସଫଳ ହୋଇନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ । ତେବେ ଶେଷରେ ଫାଷ୍ଟ ବୋଲର କାଗିସୋ ରାବାଡା ଦଳ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ୧୬ ବଲରେ ଗୋଟିଏ ଛକା ଏବଂ ୪ଟି ଚୌକା ସହ ୨୫ ରନ କରି ଦଳକୁ ମଜବୁତ ସ୍ଥିତି ଦେଇଛନ୍ତି ରାବାଡା । ଫଳରେ କୋଲକାତାକୁ ମିଳିଛି ୧୩୮ ରନର ବିଜୟ ଲକ୍ଷ୍ୟ ।

କୋଲକାତା ପକ୍ଷରୁ ଫାଷ୍ଟ ବୋଲର ଉମେଶ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ ମିଳିଛି । ୪ ଓଭରରେ ଗୋଟିଏ ଓଭର ମେଡେନ ସହିତ ୨୩ ରନ ବ୍ୟୟ କରି ପଞ୍ଜାବକୁ ଧରାଶାୟୀ କରିଛନ୍ତି ଉମେଶ । ଏହାସହିତ ପର୍ପଲ କ୍ୟାପ ମଧ୍ୟ ନିଜ ନାମରେ କରିଛନ୍ତି ୁମେଶ ଯାଦବ । ଅନ୍ୟମାନଙ୍କ ମଧ୍ୟରେ ଟିମ ସାଉଦି ୨ ୱିକେଟ ନେଇଥିବା ବେଳେ ଶିବମ ମାବି, ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.