fbpx

Video; ନୃଶଂସ ପାଲଟିଲେ GRP ଯବାନ, ଯାତ୍ରୀଙ୍କୁ ଏତେ ବାଡ଼େଇଲେ ଯେ, ପେଟ ଫାଟି ବାହାରି ଆସିଲା ଅନ୍ତବୁଜୁଳା

ପାଟନା: ବିହାରରରୁ ଆସିଲା ସାଙ୍ଘାତିକ ଖବର। ଜଣେ ବ୍ୟକ୍ତିଙ୍କୁ ଜିଆରପି ଏତେ ମାଡ଼ ମାରିଥିଲା ଯେ ତାଙ୍କ ପେଟ ଫାଟି ଅନ୍ତବୁଜୁଳା ବାହାରି ଆସିଥିଲା। ଘଟଣାଟି ଘଟିଛି ସୀତାମଢ଼ୀର ପୁପ୍ରିସ୍ଥିତ ଜନକପୁର ରୋଡ୍ ରେଳ ଷ୍ଟେସନରେ। ମାମଲା ସାମ୍ନାକୁ ଆସିବା ପରେ ଦେଖା ଦେଇଛିଲା ତୀବ୍ର ଅସୋନ୍ତୋଷ। ଏହି ଘଟଣା ଘଟିବା ପରେ ଲୋକେ ବହୁ ଭଙ୍ଗାରୁଜା ଆରମ୍ଭ କରିଥିଲେ। ମୁମ୍ବାଇ ଯାଉଥିବା ଟ୍ରେନରେ ଅତ୍ୟଧିକ ଭିଡ଼ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ସମୟରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଜିଜୋ ଗଡ଼ାର ବାସିନ୍ଦା ଏବଂ ତାଙ୍କ ନାମ ମହମ୍ମଦ ଫୁରକାନ। ଲୋକମାନେ ଅଭିଯୋଗ କରିଛନ୍ତି ଯେ ଫୁରକାନଙ୍କୁ ଜିଆରପି ମାଡ଼ ମାରିଥିଲା, ଯେଉଁଥିପାଇଁ ସେ ଆହତ ହୋଇଥିଲେ ଏବଂ ତାଙ୍କ ଅନ୍ତନଳୀ ବାହାରକୁ ଆସିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଷ୍ଟେସନ ପରିସରରେ ହଙ୍ଗାମା କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଆହତ ଫୁରକାନଙ୍କୁ ପୁପ୍ରି ପିଏଚ୍ସିରେ ଭର୍ତ୍ତି କରାଯାଇଥିଲା।

ଏହାପରେ ତାଙ୍କୁ ଏସ୍କେଏମ୍ସିଏଚ୍କୁ ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଫୁରକାନ ତାଙ୍କ ପରିବାର ସଦସ୍ୟଙ୍କୁ ରେଳ ଷ୍ଟେସନକୁ ଛାଡ଼ିବାକୁ ଆସିଥିଲେ। ଏହି ସମୟରେ ଟିକେଟକୁ ନେଇ ବିବାଦ ହୋଇଥିଲା ଏବଂ ଜିଆରପି ଯବାନ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ଯେଉଁଥିପାଇଁ ତାଙ୍କ ଅନ୍ତନଳୀ ବାହାରକୁ ଆସିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଲୋକେ ଉତ୍ତ୍ୟକ୍ତ ହୋଇ ଷ୍ଟେସନ ମାଷ୍ଟରଙ୍କ କ୍ୟାବିନରେ ପଶି ଭଙ୍ଗାରୁଜା କରିବା ସହ ମାଡ଼ ମାରିଥିଲେ।

ଏଥିରେ ରେଳ କର୍ମଚାରୀ ଗୌରବ କୁମାର ଆହତ ହୋଇଛନ୍ତି। ଖବର ପାଇ ଥାନା ମୁଖ୍ୟ ଚନ୍ଦ୍ରଭୂଷଣ ସିଂହ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ କିଛି ଲୋକଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ରେଳବାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

Get real time updates directly on you device, subscribe now.