fbpx

ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ହାଣି ନୃସଂଶ ହତ୍ୟା, ଦୁର୍ବୁତ୍ତ ଫେରାର

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନେତା ତଥା ୨ ଥରର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା । ଗତ କିଛି ମାସ ହେଲା ସେ ଜେଲରୁ ପାରୋଲରେ ଆସିଥିଲେ । ଶୁକ୍ରବାର ସକାଳେ ବେଳେ କେହି ଦୁବୃତ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣି ଫେରାର ହୋଇଯାଇଛି । ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଅବା ପୂର୍ବ ଶତ୍ରୁତାକୁ ନେଇ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ୱଷ୍ଟ ହୋଇପାରିନାହଁ । ସକାଳ ୭ ଟା ୨୫ ପ୍ରଦୀପ କୌଣସି ଏକ କାମରେ ବ୍ରହ୍ମପୁର ଗେଟ ବଜାର ସ୍ଥିତ ଘରୁ ଅନ୍ତେଇ ଗ୍ରାମକୁ ଯାଉଥିଲେ । ଏହି ସମୟରେ କେହି ଦୁର୍ବୁତ୍ତ ତାଙ୍କୁ ଆକ୍ରମଣ କରି ଫେରାର ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ହି ପ୍ରଦୀପର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରୁ ପ୍ରଦୀପଙ୍କ ଗାଡି ଗୋଟିଏ ଖଣ୍ଡା, ଘର ତିଆରି କାମରେ ବ୍ୟବହୃତ ହେଉଥିବା ଗଜ ଆଦି ମିଳିଥିଲା । ପୋଲିସ ଏ ସବୁକୁ ଜବତ କରିଛି । ଅନ୍ୟ ପକ୍ଷରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସନ୍ଧାନୀ କୁକୁର ସାହଯ୍ୟରେ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.