fbpx

ପୁରୀ ହାଜତ ମୃତ୍ୟୁ ମାମଲା: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ

ଭୁବନେଶ୍ୱର, ୨୨ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ରେ ହେବ ବୋଲି ଜଣାଯାଇଛି । ଏହି ଘଟଣାର ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ରାୟରେ କହିଛନ୍ତି ଯେ, ତଦନ୍ତ ସଠିକ ଦିଗରେ ହେଉଛି ନା ନାହିଁ ତାହା ଅନୁଧ୍ୟାନ କରାଯାଉ । ମେଡିକାଲ ଓ ଆକ୍ସନ ଟେକେନ ରିପୋର୍ଟ ସହ ଶବ ବ୍ୟବଚ୍ଛେଦ ଓ ମାଜିଷ୍ଟ୍ରେଟ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ମାଜିଷ୍ଟ୍ରେଟ ତଦନ୍ତର ଅଗ୍ରଗତି ସହ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.