fbpx

ଭୁବନେଶ୍ୱରର କୋଟିପତି କିରାଣିଙ୍କ ମୋବାଇଲ୍‌ ସଉକ

ଭୁବନେଶ୍ୱର, ୨୨ ।୧୨(ଓଡିଶା ଭାସ୍କର): RB ଡିଭିଜନର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣି ଅସିତ କୁମାର ନାୟକଙ୍କ ଘରେ ଚଢ଼ାଉ ହୋଇଛି। ଭିଜିଲାନ୍ସ ଡୁମ୍‌ଡୁମାରେ ଥିବା ତାଙ୍କ ୩ ମହଲା ବିଶିଷ୍ଟ କୋଠା, ଜଟଣୀର ପ୍ରଧାନ ସାହିରେ ଥିବା ଏକ ଡୁପ୍ଲେକ୍ସ ଓ ଏକ ପ୍ଲଟ୍‌, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାର କଇଥାପାଲିରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ୍‌ ଏବଂ ଆର୍‌ବି ଡିଭିଜନ୍‌ରେ ଥିବା ଅଫିସ୍‌ ରୁମ୍‌ରେ ଏହି ଚଢ଼ାଉ କରିଥିବା ସୂଚନା ରହିଛି ।

ତେବେ କୋଟିପତି କିରାଣିଙ୍କ ରହିଛି ମୋବାଇଲ୍‌ ସଉକ । ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ମିଳିଲା ନୂଆ ଆଇଫୋନ୍‌ । କେବଳ ଫୋନ୍‌ର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । କିରାଣିଙ୍କ ଘରୁ ନୂଆ ଲ୍ୟାପଟପ୍‌ ଓ ଲକ୍ଷାଧିକ ଟଙ୍କାର ଏଲ୍‌ଇଡି ମିଳିଛି । ଦାମୀ ବାଇକ୍‌ ଓ କାର୍‌ ଜବତ କରିଛି ଭିଜିଲାନ୍ସ ।

Get real time updates directly on you device, subscribe now.