fbpx

କରୋନା ପାଇଁ କୋର୍ଟ ବନ୍ଦ

ପୁରୀ, ୧୭ା୬(ଓଡ଼ିଶା ଭାସ୍କର): କରୋନା ପାଇଁ ପୁରୀରେ ଜୁଡ଼ିସିଆଲ କୋର୍ଟରେ ତାଲା ପଡ଼ିଛି । ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ନିଆଯାଇଛି । ଏହାସହ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ମଧ୍ୟ ବନ୍ଦ କରାଯାଇଛି । ମୋହରିରଙ୍କ ସ୍ତ୍ରୀ ଜୁଡ଼ିସିଆଲ କୋର୍ଟରେ କାମ କରୁଛନ୍ତି । ଏଥିସହିତ କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ହରିହର ଛକରୁ ଟାଉନ ହଲ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆଜି ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁରୀରୁ ୧୮ଜଣ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.