Breaking: ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ
ପୁରୀ ବଡ଼ ଦେଉଳ ଭିତରର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ, ଏନେଇ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପୁରୀ: ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବା ପରେ ପୁରୀ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ମନ୍ଦିର ଚତୁଃପାର୍ଶ୍ଵରେ ପୋଷ୍ଟର ମାରିଲା ପୁରୀ ପୋଲିସ।
ଏହି ପୋଷ୍ଟରେ ଲେଖାଯାଇଛି ଯେ, ମନ୍ଦିର ପରିସରରେ ମୋବାଇଲ ଫୋନକୁ ନିଷେଧ କରାଯାଇଛି। ନିୟମ ଉଲ୍ଲଘଂନକାରୀଙ୍କୁ ଦଣ୍ଡିତ କରାଯିବା ନେଇ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।
ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ: ସୂଚନା ମୁତାବକ, ଜାନୁଆରୀ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଏବଂ ଭିଡିଓ ଭାଇରାଲ ହେଇଥିଲା। ଭାଇରାଲ ଭିଡିଓରେ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ମଧ୍ୟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା ।
କେବଳ ଗର୍ଭଗୃହ ନୁହେଁ ବରଂ ବାଇଶି ପାହଚ, ଭିତରବେଢା ଓ ମନ୍ଦିରର ଅନେକ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ଉତ୍ତୋଳନ କରାଯାଇଥିଲା। ଏହି ଫଟୋ ଓ ଭିଡିଓକୁ ବାଙ୍କ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରିଥିଲେ।
ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ପୋଲିସ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।