fbpx

ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ହେଲା ରଥଖଳା, ଆରମ୍ଭ ହେଲା ୩ ରଥର ଚକ ନିର୍ମାଣ କାର୍ଯ୍ୟ

ପୁରୀ (ଭାସ୍କର ନ୍ୟୁଜ):ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖାଳାରେ  ବୁଧବାର ଠାରୁ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । ବିଶ୍ୱକର୍ମା ମହାରଣା ଓ କରତି ସେବାୟତ ରଥ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ୩ ରଥ ନିର୍ମାଣ ପାଇଁ ଶାଢ଼ୀ ବନ୍ଧା ଯିବା ପରେ ରଥକାମ ଆରମ୍ଭ ହୋଇଛି । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୮୫ ଖଣ୍ଡ କାଠର ଆବଶ୍ୟକ ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୧୬ ଖଣ୍ଡ କାଠ ପହଞ୍ଚି ସାରିଛି । ଗତବର୍ଷର ୮୦ ଖଣ୍ଡ କାଠ ବଳକା ଥିବାରୁ ଅବଶିଷ୍ଟ କାଠ ସମୟ ପୂର୍ବରୁ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ପ୍ରଥମେ ତିନୋଟି ରଥ ଚକା କାମ ଆରମ୍ଭ ହୋଇଛି। ଏଥିପାଇଁ ରଥଖଳା ଚଳଚଞ୍ଚଳ ହୋଇପଡିଛି।

Get real time updates directly on you device, subscribe now.