ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼, ଆକ୍ରମଣରେ ଗୁରୁତର ଦରଜୀ ସେବାୟତ, ହସ୍ପିଟାଲରେ ଭର୍ତ୍ତି
ଦାଦାବଟିରେ ସେବାୟତଙ୍କୁ ମାଡ଼
ପୁରୀ: ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦରଜୀ ସେବାୟତ ପ୍ରତାପ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ସେବାୟତ ଗୁରୁତର ଅଛନ୍ତି।
ଗୁରୁତର ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ ଦ୍ୱାର ସମ୍ମୁଖ ଦୋକାନରେ ଥିବାବେଳେ ମାଡ଼ ମରାଯାଇଛି। ଆକ୍ରମଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ।