fbpx

BIG BREAKING…ପୁରୀ: ବଡ଼ଦେଉଳରେ ଅଘଟଣ, ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର

Advertisement

ପୁରୀ: ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ଖସିଲା ପଥର । ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା । ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା । ASI ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ତେବେ ସୂଚନା ଅନୁସାରେ ପଖର ଖସି କାହାର କୌଣସି କ୍ଷତି ହୋଇନାହିଁ । ମନ୍ଦିରର କେଉଁ ସ୍ଥାନରୁ ପଖର ଖସିଛି ତାହା ଜଣାପଡ଼ି ନାହିଁ ।

ଏପରି ଅଘଟଣକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ କୋଉଠି ନାକୋଉଠି ଚିନ୍ତାରେ ପକାଇଛି । ଏବେ ପର୍ଯ୍ୟନ୍ତ ପ୍ରଶାସନ ଅଧିକାରୀଙ୍କ ସୂଚନା ମିଳିପାରି ନାହିଁ । ସବୁଠୁ ବଡ଼ କଥା ହେଉଛି ଏପରି ଅଘଟଣ କାହିଁକି ହେଲା ବା କେଉଁ କାରଣରୁ ଘଟିଲା ତାହା ଜଣାପଡ଼ି ନାହିଁ । ପାଣିପାଗ ଦୃଷ୍ଟିରୁ ଦେଖିଲେ ସେପରି କିଛି ବିଶେଷ ପରିବର୍ତ୍ତ ଘଟିନାହିଁ । ତେବେ ଏନେଇ ବିଶେଷଜ୍ଞମାନେ କଣ କହୁଛନ୍ତି ତାହା ହିଁ ଅପେକ୍ଷା ।

କିଛି ଲୋକ ଏହି ଘଟଣାକୁ ନେଇ ବିଭିନ୍ନ ମତ ଦେଉଛନ୍ତି । କିଏ କହୁଛି ବଡ଼ ଦେଉଳରୁ ପଖର ଖସିବା ହେଉଛି ଆଗକୁ କିଛି ବିପଦ ଆସିପାରେ । ଆଉ କିଛି ହେତୁବାଦୀ ଏହାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଏତେ ବର୍ଷର ପୁରୁଣା ମନ୍ଦିର ତେବେ କୌଣସି କାରଣରୁ ବି ମନ୍ଦିରରୁ ପତର ଖସିଥାଇ ପାରେ ।

Get real time updates directly on you device, subscribe now.