fbpx

ସିନ୍ଧିଆଙ୍କ ବଡ଼ ଘୋଷଣା: ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ

ପୁରୀରେ ଗ୍ରୀନ ଫିଲ୍ଡ ଏୟାରପୋର୍ଟ କରାଯିବ । ଝାରସୁଗୁଡ଼ାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟ । ସିନ୍ଧିଆ କହିଛନ୍ତି ପୁରୀକୁ ଗ୍ରୀନ ଫିଲ୍ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦେଇଛୁ । ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଛି ରାଜ୍ୟର ଜବାବକୁ ଅପେକ୍ଷା କରିଛୁ । ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, କାର୍ଯ୍ୟ ଆଗକୁ ବଢ଼ିବ । ଜୟପୁର ଏବଂ ଉତକେଲା ପ୍ରସ୍ତାବ ବି ଶୀଘ୍ର ଦେବାକୁ ରାଜ୍ୟକୁ କହିଲେ ସିନ୍ଧିଆ । ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ତୁରନ୍ତ ଲାଇସେନ୍ସ ବ୍ୟବସ୍ଥା ହେବାନେଇ କହିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

Get real time updates directly on you device, subscribe now.