fbpx

ଟ୍ରକ୍ ସହ ପିଟି ହେଲା ବରଯାତ୍ରୀଙ୍କ ସ୍କୋର୍ପିଓ ଗାଡି: ୫ ମୃତ, ୭ ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ୩ ଶିଶୁ

Advertisement

ପୂର୍ଣ୍ଣିଆ :ବିହାରର ପୂର୍ଣ୍ଣିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଭୀଷଣ ସଡକ ଦୁର୍ଘଟଣାରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଲୋକ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ଜିଲ୍ଲାର ମରଙ୍ଗା ଥାନା ଏନଏଚ୍ ୩୧ ବାଇପାସ୍ ନିକଟରେ ଶନିବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ବ୍ୟକ୍ତିି ଏକ ବାହାଘରରେ ବରଯାତ୍ରୀ ଥିଲେ । ସୂଚନା ଅନୁସାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୋର୍ପିଓ ଗାଡି ଟ୍ରକ୍ ସହ ପିଟି ହୋଇ ଯାଇଥିଲା ଯେଉଁଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଏହା ବ୍ୟତିତ ୬ ଜଣ ବ୍ୟକ୍ତି ଗମ୍ଭୀର ଭାବରେ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ପୂର୍ଣ୍ଣିଆ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି ।

ସମସ୍ତଙ୍କ ଅବସ୍ଥା ବେଶ୍ ଗମ୍ଭୀର ରହିଛି । ଫଳରେ ମୃତକଙ୍କ ସଂଖ୍ୟା ବଢିିବ ବୋଲି କୁହାଯାଉଛି । ସୂଚନାରୁ ଜଣାପଡିଛି ଏହି ଲୋକମାନେ ଅରରିଆ ଜିଲ୍ଲା ଜୋକିହାଟରୁ ଖଗଡିଆ ବରଯାତ୍ରୀ ଭାବରେ ଯାଉଥିଲେ । ସ୍କୋର୍ପିଓ ଗାଡି ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣ ଡାକ୍ତଖାନାରେ ମୃତ୍ୟୁ ବରଣ କରିଥିଲେ । ଆହତଙ୍କ ମଧ୍ୟରେ ୩ ଟି ଶିଶୁ ବି ରହିଛନ୍ତି ।

 

 

Get real time updates directly on you device, subscribe now.