fbpx
BJD
BJD SKY
BJD SKY

ପୁଷ୍ପା ଚଳଚ୍ଚିତ୍ର ପାଇଁ ଋଷ ଯିବେ ଅଲ୍ଲୁ ଅର୍ଜୁନ; ଆନ୍ତର୍ଜାତୀୟ ସ୍ତରରେ ହେବ ଫିଲ୍ମର ପ୍ରିମିୟର

ମୁମ୍ବାଇ:ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ଷ୍ଟାଇଲ ଏବଂ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଅଭିନିତ ସମସ୍ତ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବା ସହ ସୁପର ହିଟ୍ ହୋଇଥାଏ । ତେବେ ନିକଟରେ ତାଙ୍କର ଏକ ଫିଲ୍ମ ପୁଷ୍ପା ଦ ରାଇଜ୍ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ ଧମାଲ କରିଥିଲା । ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନା ଏବଂ ଅଲ୍ଲୁଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଛି । ଏଥିସହିତ ପୁଷ୍ପା ଚଳଚ୍ଚିତ୍ରର ଡାଇଲଗ ଠାରୁ ଆରମ୍ଭ କରି ଗୀତ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ପୁଣିଥରେ ଏହି ପୁଷ୍ପା ଚଳଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ପୁଷ୍ପା ଚଳଚ୍ଚିତ୍ର ଆନ୍ତର୍ଜାତୀୟ ସ୍ତରରେ ରିଲିଜ ହେବାକୁ ଯାଉଛି । ଯେଉଁଥିପାଇଁ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଖୁବ୍ ଶୀଘ୍ର ଋଷ ଗସ୍ତ କରୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଅଲ୍ଲୁ ଅର୍ଜୁନଙ୍କ ଅଭିନିତ ଫିଲ୍ମ ପୁଷ୍ପା ଦ ରାଇଜ୍ -୧ ଆଉ ଏକ ସଫଳତା ହାସଲ କରିବାକୁ ଯାଉଛି । ଦର୍ଶକଙ୍କ ହୃଦୟ ଜିତିବା ପାଇଁ ଏହି ଫିଲ୍ମ ଆନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରୁଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ କୁହାଯାଉଛି ଯେ ଏହି ଫିଲ୍ମକୁ ଦେଖିବା ପରେ ଋଷ ଦର୍ଶକଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ଦେଖିବାକୁ କୌତୁହଳପ୍ରଦ ହେବ । ତେବେ ଏହି ଫିଲ୍ମର ପ୍ରିମିୟର ପାଇଁ ଅଲୁ ଅର୍ଜୁନ ଖୁବ୍ ଶୀଘ୍ର ଋଷ ଗସ୍ତ କରୁଥିବା ଜଣାପଡିଛି ।

ଅନ୍ୟପକ୍ଷେ ଫିଲ୍ମ ନିର୍ମାତା ପୁଷ୍ପା ଦ ରାଇଜ୍ -୧ ଅପେକ୍ଷା ପୁଷ୍ପା-୨ ଆହିରୀ ହିଟ୍ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ କାମ ଆରମ୍ଭ କରିଦେଇଛନ୍ତି । ତେବେ ପୁଷ୍ପା-୨ର ସମସ୍ତ ଶୁଟିଂ ସରିଥିବା ବେଳେ ଏହାର ଅନ୍ତବ ବା ଶେଷ ଶୁଟିଂ ଡିସେମ୍ବରରୁ ଆରମ୍ଭ ହେବ ବୋଲି ଜଣାପଡିଛି । ଯାହାକୁ ନେଇ ଫିଲ୍ମ ନିର୍ମାତାଙ୍କ ଠାରୁ ଆରମ୍ଭ କରି ଦର୍ଶକ ସମସ୍ତେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.