fbpx

ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍: ଭାରତର ସ୍କୋର ୨୨/୦

ହାମିଲଟନ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି । ହାମିଲଟନରେ ପ୍ରଥମ ଇଣ୍ଡିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ସାଜିଛି ବାଧକ ।

ତେବେ ଭାରତର ଇନିଂସର ୪.୫ ଓଭର ଶେଷ ହୋଇଥିବା ବେଳେ କୌଣସି ୱକେଟ୍ ବିନା ସ୍କୋର ୨୨ରେ ପହଞ୍ଚିଛି । କିନ୍ତୁ ଏହାରି ମଧ୍ୟରେ ଫ୍ୟାନ୍ସମାନଙ୍କ ପାଇଁ ଏକ ଖରାପ ଖବର ଆସିଛି । ସେଠାରେ ହାଲୁକା ବର୍ଷା ହେବା କାରଣରୁ ମ୍ୟାଚକୁ ବନ୍ଦ କରାଯାଇଛି । ଟିମ୍ ଇଣ୍ଡିଆ ପାଇଁ ଶିଖର ଧୱନ ଓ ଶୁଭମନ ଗିଲ କ୍ରିଜରେ ଅଛନ୍ତି । ଓପନର ଶୁଭମନ ଗିଲ ୧୯ ରନ୍ କରିଥିବା ବେଳେ ଅଧିନାୟକ ଶିଖର ଧୱନ ୨ ରନରେ ଅପରାଜିତ ଅଛନ୍ତି ।

ବର୍ଷା ବନ୍ଦ ହେବାକୁ ନେଇ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଦଳର ଖେଳାଳିମାନେ ଅପେକ୍ଷା କରିଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ଶିଖର ଧୱନ ଏବଂ କୋଚ୍ ଭିଭିଏସ୍ ଲକ୍ଷ୍ମଣ ଡ୍ରେସିଂ ରୁମରେ କଥା ହେଉଥିବା ଦେଖିବାକୁ ମିଳିଛି । ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଆବଶ୍ୟକ । ଧୱନ ଆଣ୍ଡ କମ୍ପାନୀ ଏହି ମ୍ୟାଚ୍ ଜିତି ସିରିଜକୁ ସମାନ କରିବାକୁ ଚାହୁଁଛନ୍ତି । ବର୍ଷା ଯୋଗୁଁ ଖେଳର ବିଳମ୍ବ ସମୁଦାୟ ଓଭର ସଂଖ୍ୟାକୁ ହ୍ରାସ କରିପାରେ । ଲଗାତାର ବର୍ଷା ଯୋଗୁଁ ମ୍ୟାଚ୍ ଅଟକିଯାଇଛି । ବର୍ଷା ଯୋଗୁଁ ଟସ୍ ମଧ୍ୟ ୧୫ ମିନିଟ ବିଳମ୍ବରେ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.