ମୋଦିଙ୍କୁ ଆସିଲା ରୁଷରୁ Call: ଆଲାସ୍କାରେ ଟ୍ରମ୍ପଙ୍କ ସହ ଆଲୋଚନା ସମ୍ପର୍କରେ ମୋଦିଙ୍କୁ କହିଲେ ପୁଟିନ୍
ଭାରତ ସବୁବେଳେ ୟୁକ୍ରେନ୍- ରୁଷ ଯୁଦ୍ଧ ରୋକାଯିବା ପାଇଁ ଆହ୍ୱାନ ଦେଇଛି । ଟ୍ରମ୍ପ ଭାରତ ଉପରେ ଟାରିଫ ବୃଦ୍ଧି କରିଛନ୍ତି ।
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି କଥା ହୋଇଛନ୍ତି ।
ଗତ ଶୁକ୍ରବାର ଆଲାସ୍କାରେ ପୁଟିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମୋଦିଙ୍କୁ ଜଣାଇଥିବା କହିଛନ୍ତି ।
ପୁଟିନ୍ ମୋଦିଙ୍କୁ ଫୋନ କରିବା ଏଥି ପାଇଁ ଜରୁରୀ କାରଣ ଆଜି ରାତିରେ ୟୁରୋପୀୟ ଦେଶର ନେତାମାନେ ଜେଲେନସ୍କିଙ୍କ ସହିତ ୱାଶିଂଟନସ୍ଥିତ ଟ୍ରମ୍ପଙ୍କ ଘରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ପୁଟିନ ଫୋନ କରିବା କଥାକୁ ମୋଦି ଏକ୍ସ ଜରିଆରେ ଏକ ପୋଷ୍ଟ ଶେୟାର କରି ଜଣାଇଛନ୍ତି । ସେ କହିଛନ୍ତି, ମୋ ମିତ୍ର ରୁଷ ରାଷ୍ଟ୍ରପତି ପୁଟିନ୍ ଫୋନ କରି ଆଲାସ୍କାରେ ହୋଇଥିବା ଆଲୋଚନା ସମ୍ପର୍କରେ ମୋତେ ଅବଗତ କରାଇଥିବାରୁ ଧନ୍ୟବାଦ୍ ।
ଏଥିସହ ମୋହି ଆଉ ମଧ୍ୟ କହିଛନ୍ତି, ଭାରତ ସବୁବେଳେ ୟୁକ୍ରେନ୍- ରୁଷ ଯୁଦ୍ଧ ରୋକାଯିବା ପାଇଁ ଆହ୍ୱାନ ଦେଇଛି । ୨ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ଭବିଷ୍ୟତରେ ଚାଲୁ ରହିବ ବୋଲି ଆଶା କରୁଥିବା ସେ ପୋଷ୍ଟ ଜରିଆରେ କହିଛନ୍ତି ।
ଭାରତ ଓ ରୁଷର ବାଣିଜ୍ୟିକ ଚୁକ୍ତି ପାଇଁ ଆମେରିକା ଭାରତ ଉପରେ ୫୦% ଟାରିଫ ଲାଗିଇ ସାରିଛି । ଟ୍ରମ୍ପ ଚାହୁଁ ନାହାନ୍ତି ଭାରତ ରୁଷଠାରୁ ଅଶୋଧିତ ତୈଳ କିଣନ୍ତୁ ବୋଲି । କିନ୍ତୁ ଭାରତ ଟ୍ରମ୍ପଙ୍କ କଥା ନ ମାନିବାରୁ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଟାରିଫ ବୃଦ୍ଧି କରିଥିବା କୁହାଯାଉଛି ।