fbpx

ଇଣ୍ଡୋନେସିଆ ଓପନ ସୁପର ସିରିଜ୍: ଟାଇଟଲରୁ ଦୁଇ ପାଦ ଦୂରରେ ପିଭି ସିନ୍ଧୁ

ନୂଆଦିଲ୍ଳୀ: ଇଣ୍ଡୋନେସିଆ ଓପନ ସୁପର ସିରିଜ ସେମିରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ସିନ୍ଧୁ ଦକ୍ଷିଣ କୋରିଆର କି ସିମ ୟୁଜିନଙ୍କୁ ପରାସ୍ତ କରିଛନ୍ତି । ସିନ୍ଧୁ ଏହି ମ୍ୟାଚକୁ ୧୪-୨୧, ୨୧-୧୯ ଓ ୨୧-୧୪ରେ ଜିତି ନେଇଥିଲେ । ସେମି ମୁକାବିଲାରେ ସିନ୍ଧୁ ଆଶୁକା ତାକାହାସି ଓ ଇଣ୍ଟାନନ ରେଚାନୋକ ମୁକାବିଲାର ବିଜେତାଙ୍କୁ ଭେଟିବେ ।

ଏହି କ୍ୱାର୍ଟର ଫାଇନାଲ ମୁକାବିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ ରାଉଣ୍ଡ ପରାଜିତ ହେବା ପରେ ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ୭-୧ରେ ପଛୁଆ ରହିଥିଲେ । ତେବେ ନିଜ ଅଭିଜ୍ଞତାର ଫାଇଦା ଉଠାଇବା ସହିତ ୧୧-୧୦ରେ ଅଗ୍ରଣୀ ହାସଲ କରିଥିଳେ । ପରେ ଏହି ସେଟକୁ ୨୧-୧୯ରେ ଜିତି ନେବା ସହିତ ଅନ୍ତିମ ସେଟରେ ପ୍ରାଧାନ୍ୟ ବିସ୍ତାର କରି ୨୧-୧୪ରେ ଜିତି ନେଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ବି ସାଇ ପ୍ରଣୀଥ୍ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଣୀଥ୍ କ୍ୱାର୍ଟରରେ ଅଲିମ୍ପିକ ଚାମ୍ପିୟନ ଭିକ୍ଟର ଆକ୍ସେଲସେନଙ୍କୁ ଭେଟିବେ ।

Get real time updates directly on you device, subscribe now.