fbpx
BSKY SKY
BSKY SKY

ସମଗ୍ର ଦେଶରେ ଲାଗୁହେବ QR Code Based DL-RC, ଆଉ କରିହେବନି ଡୁପ୍ଲିକେଟ୍

BSKY

ନୂଆଦିଲ୍ଲୀ: ଏଣିକି କ୍ୟୁଆର ବେସଡ୍ ଡିଏଲ ଓ ଆରସି ଜାରି କରାଯିବ । ଏନେଇ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଏହା ଲଞ୍ଚ କରାଯାଇପାରେ ବୋଲି ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଫଳରେ ଡିଏଲ ଓ ଆରସିରେ ଥିବା କ୍ୟୁଆର କୋଡକୁ ସ୍କାନ କରି ବାହନ ଓ ଚାଳକଙ୍କ ସମ୍ବନ୍ଧିତ ସମସ୍ତ ତଥ୍ୟ ସ୍ମାର୍ଟଫୋନରେ ଉପଲବ୍ଧ ହୋଇପାରିବ ।

ଜଣାପଡ଼ିଛି ଯେ, ଗାଡ଼ିର ସଫ୍ଟୱେର ଓ ଡିଏଲ ସଫ୍ଟୱେରକୁ ପରସ୍ପର ସହ ଲିଙ୍କ କରାଯିବ । ଯଦି କାହାର ଚାଲାଣ, ଆରସି ବା ଡିଏଲ ଜବତ ହୁଏ, ତେବେ ସଙ୍ଗେସଙ୍ଗେ ସୂଚନା ମିଳିପାରିବ । ଏଥିସହ ନୂଆ ଡିଏଲରେ ଏଣିକି ବ୍ଲଡ୍ ଗ୍ରୁପ ସହ ଆପଣଙ୍କ ଅଙ୍ଗଦାନ ସମ୍ପର୍କରେ ମଧ୍ୟ ଜାଣିହେବ । କେନ୍ଦ୍ର ଅଧିନିୟମ ଆକ୍ଟରେ ପରିବର୍ତ୍ତନ ପରେ ଦିଲ୍ଲୀ ସରକାର ଆରସି ଓ ଡିଏଲକୁ ନେଇ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶରେ ଗୋଟିଏ ପ୍ରକାରର ଡିଏଲ ଓ ଆରସି ପ୍ରଚଳନ କରିବାକୁ ଚାହୁଁଛନ୍ତି । ତେବେ ଏହି ନୂଆ ନିୟମ ପ୍ରଥମେ ବଡ଼ ବଡ଼ ସହରରେ ଓ ପରେ ସମଗ୍ର ଦେଶରେ ଲାଗୁ କରାଯିବ । ଏହି ଲାଇସେନ୍ସ ପ୍ଲାଷ୍ଟିକ କାର୍ଡ ଉପରେ ମାଇକ୍ରୋଚିପ୍ ସହିତ ଜାରି କରାଯାଉଥିବାରୁ ଏହାର ଡୁପ୍ଲିକେଟ କରିବା ଆଉ ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି ।

Get real time updates directly on you device, subscribe now.