fbpx

କୋହଳ ହେଲା କ୍ୱାରେଣ୍ଟିନ ଅବଧି

ଭୁବନେଶ୍ୱର,୨୪ ।୪(ଓଡିଶା ଭାସ୍କର): ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ହାହାକାର ସୃଷ୍ଟି ହୋଇଛି । ଫଳରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟିନ୍ ବାଧ୍ୟତାମୂଳକ ବୋଲି କୁହାଯାଇଥିବା ବେଳେ ଏବେ ସେଥିରେ ସାମନ୍ୟ ପରିବର୍ତ୍ତନ କରାଯାଇଛି । ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି ଏଥର କ୍ୱାରେଣ୍ଟିନରେ ରହିବେ ।

ତେବେ ନେଗେଟିଭ୍ ରିପୋର୍ଟ ଓ ୨ୟ ଡୋଜ୍ ଟିକା ନେଇଥିଲେ କ୍ୱାରେଣ୍ଟିନ ଅବଧିରେ କୋହଳ କରାଯିବ । ପୂର୍ବ ଘୋଷିତ ୧୪ ଦିନ ପରିବର୍ତ୍ତେ ୭ ଦିନ ହୋମ୍ କ୍ୱାରେଣ୍ଟିନ୍ କରାଯାଇଛି । ହୋମ୍ କ୍ୱାରେଣ୍ଟିନ ସୁବିଧା ନଥିଲେ ସରକାରୀ କ୍ୱାରେଣ୍ଟିନରେ ରହିବାର ବ୍ୟବସ୍ଥା କରାଯିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି ହୋଇଛି । ଏହା ବ୍ୟତିତ ନିର୍ବାଚନ ଡ୍ୟୁଟି ବା ଜରୁରୀ କରୋନା କାର୍ଯ୍ୟରେ ଯାଇଥିଲେ କ୍ୱାରେଣ୍ଟିନ୍ ମନା ହୋଇଛି । ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷ ସର୍ବନିମ୍ବ ଜରୁରୀ ଆତଯାତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.