fbpx

Chess World Cup Final 2023: ମାଗନସ୍ କାର୍ଲସନ୍ ଜିତିଲେ ବିଶ୍ୱକପ୍‌, ଟାଇ-ବ୍ରେକର୍‌ରେ ହାରିଲେ ଆର୍ ପ୍ରଜ୍ଞାନନ୍ଦ

ନୂଆଦିଲ୍ଲୀ: ବାକୁରେ ଖେଳାଯାଉଥିବା ଫିଡେ ବିଶ୍ୱକପ୍ ଫାଇନାଲରେ ପାଞ୍ଚଥର ଚାମ୍ପିଅନ ମାଗନସ୍ କାର୍ଲସନଙ୍କ ଅନୁଭବ ଆଗରେ ହାର୍ ମାନିଛନ୍ତି ଭାରତର ଆର୍ ପ୍ରଜ୍ଞାନନ୍ଦ । ଏହା ସହିତ କାର୍ଲସନ ଷଷ୍ଠ ଥର ପାଇଁ ବିଶ୍ୱକପ୍ ବିଜୟୀ ହୋଇଛନ୍ତି ।

ଟାଇ-ବ୍ରେକର୍ ପ୍ରଥମ ଗେମ୍‌ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଅନୁଭବୀ କାର୍ଲନଙ୍କ ସହିତ କଡ଼ା ମୁକାବିଲା କରିଥିଲେ ମଧ୍ୟ ହାରି ଯାଇଥିଲେ । ଗୋଟିଏ ସମୟରେ ଏପରି ଲାଗୁଥିଲା ଯେପରି ଖେଳ ବରାବର ଚାଲିଛି, କିନ୍ତୁ ଶେଷ ୫ ମିନିଟ୍‌ରେ ଖେଳ ବଦଳି ଯାଇଥିଲା । ଏହା ସହିତ ପୁଣି ଥରେ ପ୍ରଜ୍ଞାନନ୍ଦ ଏହି ଟାଇଟଲ୍ ମ୍ୟାଚ୍ ର ଟାଇ-ବ୍ରେକରରେ ପଛରେ ପଡିଗଲେ ଯେ ଏଠାରୁ ସବୁକିଛି ତାଙ୍କ ହାତରୁ ଖସିଯାଇଥିଲା ।

ପ୍ରଥମ ମୁକାବିଲା ହାରିବା ପରେ ପ୍ରଜ୍ଞାନନ୍ଦ କର ବା ମର ସ୍ଥିତିରେ କିଛି ସମୟ ପ୍ରାର୍ଥନା କରିବା ପରେ କଳା ଗୋଟିରେ ଦ୍ୱିତୀୟ ଗେମ୍ ଆରମ୍ଭ କରିଥିଲେ । ତେବେ ମୁକାବିଲା ଆରମ୍ଭରୁ ହିଁ ଦୁଇ ଖେଳାଳି ନିଜର ଗୋଟିଏ ଲେଖାଏଁ ଘୋଡ଼ା ହରାଇଥିଲେ, କିନ୍ତୁ ପ୍ରଥମ ମୁକାବିଲା ହାରିବାର ଚାପ ପ୍ରଜ୍ଞାନନ୍ଦଙ୍କ ଉପରେ ରହିଥୀବା ଜଣା ପଡୁଥିଲା । ଏହା ସହିତ ସମୟ ଦୃଷ୍ଟିରୁ ମାଗନସ୍ କାର୍ଲସନ୍ ପ୍ରଜ୍ଞାନନ୍ଦଙ୍କ ଉପରେ ଆଗୁଆ ହୋଇଯାଇଥିଲେ । ଆଉ ଦ୍ୱିତୀୟ ମୁକାବିଲା ଅଧା ହେବା ହେବା ପୁର୍ବରୁ ହିଁ ପ୍ରଜ୍ଞାନନ୍ଦ ମୟାଚ୍ ଡ୍ର ପାଇଁ ରାଜି ହୋଇଯାଇଥିଲେ ।

Get real time updates directly on you device, subscribe now.