fbpx
BSKY
BJD MC SKY
BJD MS SKY

ଆମେରିକାରେ ବର୍ଣ୍ଣବୈଷମ୍ୟତାକୁ ନେଇ ଗୁଳିମାଡ଼: ୩ ଜଣଙ୍କୁ ମାରିବା ପରେ ନିଜକୁ ହତ୍ୟା

ନୂଆଦିଲ୍ଲୀ: ଆମେରିକା ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବର୍ଣ୍ଣବୈଷମ୍ୟ ଭଳି ପ୍ରସଙ୍ଗକୁ ନେଇ ଘଟିଯାଇଛି ବିବେକହୀନ ଘଟଣା । ବର୍ଣ୍ଣବୈଷମ୍ୟତାକୁ ନେଇ ଅତର୍କିତ ଗୁଳିମାଡ଼ ହୋଇଥିବା ମାମଲା ସାମନାକୁ ଆସିଛି । ଜଣେ ଦୁର୍ବୃତ୍ତ ଏକ ଦୋକାନରେ ପଶି ଅଚାନକ ଗୁଳିମାଡ଼ କରିଛନ୍ତି ।

ଫ୍ଲୋରିଡାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଗୁଳିମାଡ଼ରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ବ୍ୟକ୍ତି କୃକୃଷ୍ଣକାୟ ସମ୍ପ୍ରଦାୟର ହୋଇଥିବା ସୂଚନା ମିଳିଛି । ତେବେ ଏହି ୩ ଜଣଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତ ନିଜକୁ ମଧ୍ୟ ଗୁଳିକରି ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେବାରେ ଲାଗିଛି ।

ବର୍ତ୍ତମାନ ଆମେରିକା ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶ ଅପେକ୍ଷା ଖୁବ ଆଗରେ ରହିତିବା ବେଳେ ଏହକୁ ଏକ ବିକାଶଶୀଳ ରାଷ୍ଟ୍ର ଭାବରେ ଗଣନା କରାଯାଉଛି । କିନ୍ତୁ ଏହି ସଫଳ ରାଷ୍ଟ୍ରରେ ବର୍ଣ୍ଣବୈଷମ୍ୟତା ଭଳି ଏକ କୁତ୍ସିତ ମନୋଭାବ ମଧ୍ୟ ରହିଛି । ଯେଉଁ ମନୋଭାବକୁ ନେଇ ହତ୍ୟ ଏବଂ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଖବର ପାଇ ଆମେରିକା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତକାର୍ଯ୍ୟ ଆରମ୍ଭ କରିଛଇ ।

Get real time updates directly on you device, subscribe now.