fbpx
BSKY SKY
BSKY SKY

Radhika Anant Cocktail Party: ପ୍ରି-ୱେିଡିଙ୍ଗ Functionରେ ଏହି ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ରାଧିକା, ଜାଣନ୍ତୁ ଲୁକରେ କ’ଣ ରହିଛି ଖାସ

BSKY

ନୂଆଦିଲ୍ଲୀ: ଗୁଜୁରାଟରେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ଫଙ୍ଗସନ ଆରମ୍ଭ ହୋଇସାରିଛି। ରାଧିକା ଏବଂ ଅନନ୍ତଙ୍କ ବିବାହ ଚଳିତ ବର୍ଷ ଜୁଲାଇ ମାସରେ ହେବ ବୋଲି ସୂଚନା ମିଳିଛି। ବିବାହ ପୂର୍ବରୁ ଅମ୍ବାନୀ ପରିବାର ଗୁଜୁରାଟର ଜାମନଗରରେ ତିନି ଦିନିଆ ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଯେଉଁଥିରେ ଭାରତ ତଥା ବିଦେଶର ବହୁ ବିଶିଷ୍ଟ ଅତିଥି ଏବଂ କଳାକାର ଯୋଗ ଦେଇଛନ୍ତି। ପ୍ରି-ୱେଡିଙ୍ଗର କକଟେଲ ନାଇଟର ଫଟୋ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।

ମାର୍ଚ୍ଚ ୧ ରେ ରାଧିକା ଗୋଲାପି ରଙ୍ଗର ଅଫ ସୋଲଡର ଆଉଟଫିଟ ପିନ୍ଧିଛନ୍ତି ଯାହା Versace ବ୍ରାଣ୍ଡର ବୋଲି କୁହାଯାଉଛି । ଏହି ପୋଷାକରେ ଲେସ୍ ଡିଟେଲିଂ କରାଯାଇଛି ଯାହା ଗାଉନକୁ ବହୁତ କ୍ଲାସୀ ଲୁକ୍ ଦେଉଛି। ଆମେରିକୀୟ ଅଭିନେତ୍ରୀ Blake Lively ୨୦୨୨ ମସିହାରେ ମେଟ୍ ଗାଲାର ଏକ ଇଭେଣ୍ଟରେ ଏହି ସମାନ ପୋଷାକ ପିନ୍ଧିଥିଲେ, ଯାହାକୁ ବର୍ତ୍ତମାନ ରାଧିକା ତାଙ୍କ କକଟେଲ ପାର୍ଟୀରେ ପିନ୍ଧିଛନ୍ତି। ଲୁକକୁ ଡିଫରେଣ୍ଟ କରିବା ପାଇଁ ରାଧିକା ପୋଷାକ ସହିତ ମେଳ ଖାଉଥିବା ଗ୍ଲୋଭସ୍ ପିନ୍ଧି ନଥିଲେ, ଯେଉଁଥିପାଇଁ ସେ ପାର୍ଟୀରେ ବହୁତ ମର୍ଡନ ଏବଂ କ୍ଲାସି ଲାଗୁଛନ୍ତି । accessories ପାଇଁ, ରାଧିକା ହୀରା ଅଳଙ୍କାର ପିନ୍ଧି ନିଜର ଲୁକକୁ କମ୍ପ୍ଲିଟ କରିଛନ୍ତି। ଏହି ହାରରେ ହଳଦିଆ ମୂଲ୍ୟବାନ ପଥର ଲାଗିଛି, ରାଧିକା ତାଙ୍କ ହାତରେ ଏକ ପତଳା ବ୍ରେସଲେଟ୍ ପିନ୍ଧିଛନ୍ତି ଏବଂ ହାର୍ଟ ସେପର ଇୟରରିଙ୍ଗ ତାଙ୍କୁ ଖୁବ ସୁନ୍ଦର ମାନୁଛି।

ମେକଅପ୍ ପାଇଁ, ରାଧିକା ତାଙ୍କ ଲୁକକୁ ଓଭର ନକରି ନିଜ ଗାଲକୁ ବ୍ଲସ୍ ସହ ହାଇଲାଇଟ୍ କରିଛନ୍ତି ଏବଂ ଏହା ସହ ସେ ପୋଷାକ ଅନୁଯାୟୀ ନ୍ୟୂଡ ଲିପଷ୍ଟିକ୍ ଲଗାଇଛନ୍ତି। ଚେହେରାକୁ ଗ୍ଲାମରସ୍ କରିବା ପାଇଁ, ସେ ଆଖିରେ ସିମରି ଆଇ ସାଡୋ ଲଗାଇଛନ୍ତି। ଏଥିସହ ରାଧିକା କେଶକୁ ଡିଭାଇଡ କରି ସଫ୍ଟ କର୍ଲ ଲୁକ୍ କରିବା ପାଇଁ ପସନ୍ଦ କରିଛନ୍ତି।

Get real time updates directly on you device, subscribe now.