fbpx

ସଭାପତିଙ୍କୁ ଭେଟି କ୍ଷମା ମାଗିନିଅ, ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ ଦେଲେ ପରାମର୍ଶ

Advertisement

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ ଗୃହ ଅଧ୍ୟକ୍ଷଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଆପ୍ ସାଂସଦଙ୍କ ନିଲମ୍ବନ ଉପରେ ଶୁଣାଣୀ ହୋଇଥିଲା । ଏହାପୂର୍ବରୁ କୋର୍ଟ ସାଂସଦଙ୍କୁ ଅନିଶ୍ଚିତ କାଳ ଲାଗି ନିଲମ୍ବନ ନେଇ ଚିନ୍ତା ପ୍ରକଟ କରିଥିଲେ । ଚଢାଙ୍କୁ ମୌସୁମୀ ଅଧିବେଶନ ସମୟରେ ଅଗଷ୍ଟ ମାସରେ ଗୃହରୁ ନିଲମ୍ବନ କରାଯାଇଥିଲା । ଚଢାଙ୍କ ଉପରେ ଅଭିଯୋଗ ହୋଇଥିଲା କି ସେ କେତେକ ସାଂସଦଙ୍କ ଅନୁମତି ନ ନେଇ ସେମାନଙ୍କୁ ଏକ ପ୍ରସ୍ତାବିତ ମନୋନୟନ କମିଟିରେ ସାମିଲ କରି ନେଇଥିଲେ ।

ଆଜି ଶୁଣାଣୀ ସମୟରେ ଚଢାଙ୍କ ଓକିଲ କହିଛନ୍ତି ଗୃହର ଗାରିମାକୁ ଆଘାତ ପହଞ୍ଚାଇବା ନେଇ ସାଂସଦଙ୍କର କୌଣସି ବି ଉଦ୍ଦେଶ୍ୟ ନାହିଁ । ଏହାସହିତ ତାଙ୍କ ଓକିଲ କହିଛନ୍ତି ଚଢା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟିବା ଲାଗି ସମୟ ମାଗିବେ । ଯଦ୍ୱାରା କି ସେ ବିନା କୌଣସି ସର୍ତ୍ତରେ କ୍ଷମା ମାଗିପାରିବେ । ଏଠାରେ ସୂଚାଇ ଦିଆଯାଇପାରେ କି ଆପ୍ ସାଂସଦ ନିଲମ୍ବନ ବିରୁଦ୍ଧରେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.