ପରଲୋକରେ ପ୍ରସିଦ୍ଧ ଦହିବରା ମାଲିକ ରଘୁନାଥ ସାସମଲ, ଆଉ ମିଳିବନି ରଘୁ ଦହିବରା

୯୧ ବର୍ଷ ବୟସରଙ୍କ ରଘୁନାଥଙ୍କ ମୃତ୍ୟୁ ହୋଇଛି।

କଟକ : କଟକର ପ୍ରସିଦ୍ଧ ଦହିବରା ମାଲିକଙ୍କ ପରଲୋକ। ୯୧ ବର୍ଷ ବୟସରଙ୍କ ରଘୁନାଥଙ୍କ ମୃତ୍ୟୁ ହୋଇଛି।

ରଘୁ ଦହିବାର ନାଁରେ ବେଶ ପରିଚିତ ଥିଲେ ରଘୁନାଥ ସାସମଲ।

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ ସାସମଲ।

କଟକର ଗଳିକନ୍ଦିରେ ମାଳମାଳ ଦହିବରା ବ୍ୟବସାୟୀଙ୍କ ଭିତରୁ ଯିଏ ଚର୍ଚ୍ଚାର ସବୁଠୁ ଆଗରେ ଥିଲେ ସେ ହେଲେ ରଘୁନାଥ ସାସମଲ।

ରଘୁ ଦହିବରା ନାମରେ କେବଳ କଟକ ନୁହେଁ ସମଗ୍ର ଓଡ଼ିଶାରେ ତାଙ୍କର ଭିନ୍ନ ପରିଚୟ ରହିଥିଲା।

ପରିଣତ ବୟସରେ ମଧ୍ୟ ଦହିବରା-ଆଳୁଦମକୁ ଏପରି ପ୍ରସ୍ତୁତ କରୁଥିଲେ ଲୋକେ ହାତ ଚାଟି ଖାଉଥିଲେ।

ଆଜି ପର୍ଯ୍ୟନ୍ତ କଟକ ରଘୁ ଦହିବରାର ଏକ ସ୍ୱତନ୍ତ୍ର ନାଁ ଥିଲା। ହେଲେ ଆଜି ରଘୁନାଥ ସାସମଲଙ୍କ ମୃତ୍ୟୁ ହୋଇଛି।

ତାଙ୍କ ହାତ ତିଆରି ଦହିବରା ଆଉ କେବେ ଖାଇବାକୁ ମିଳିବନି।