fbpx

ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ପଡିଲେ ରହାଣେ! ‘BCCI’ର ଟ୍ୱିଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରାହାଣେଙ୍କୁ ଉପଅଧିନାୟକ ପଦ ଦେଇଛି ବିସିସିଆଇ । ତେବେ ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ସୋସିଆଲ ମିଡିଆରେ ଏକ ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ଲେଖାଯାଇଛି ଯେ, ଅଜିଙ୍କ୍ୟା ରାହାଣେ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । ଆହତ ସମସ୍ୟା ଯୋଗୁଁ ରାହାଣେଙ୍କ ସ୍ଥାନରେ ପ୍ରିୟଙ୍କ ପଞ୍ଚାଲଙ୍କୁ ଦଳରେ ସୁଯୋଗ ମିଳିଥିବା କୁହାଯାଇଛି ।

‘BCCI’ର ଏହି ଟ୍ୱିଟକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଜୋର ଧରିଛି । ଦମଦାର ବ୍ୟାଟିଂ ସହ ଟିମ ଇଣ୍ଡିଆକୁ କମବ୍ୟାକ କରିଥିବା ଅଜିଙ୍କ୍ୟା ରାହାଣେ ପୁଣିଥରେ କିପରି ଦଳରୁ ବାଦ୍ ପଡିଲେ, ସେ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ପୋଷ୍ଟକୁ ନେଇ ଏକ ବଡ ଖୁଲାସା ହୋଇଛି । ତେବେ ଏହି ପୋଷ୍ଟର ସତ୍ୟତା କିଛି ଅଲଗା ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ ଭାଇରାଲ ହେଉଥିବା ଏହି ପୋଷ୍ଟ ଯେଉଁ ଆକାଉଣ୍ଟରୁ ଟ୍ୱିଟ କରାଯାଇଛି, ତାହା ଏକ ନକଲି ଆକାଉଣ୍ଟ । ବିସିସିଆଇର ଭେରିଫାଏଡ ଆକାଉଣ୍ଟରୁ ଏହା ପୋଷ୍ଟ କରାଯାଇନାହିଁ ।

ତେବେ ଏହି ପୋଷ୍ଟକୁ ନେଇ ଖୁବ ଚର୍ଚ୍ଚା ଧରିଛି । କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ କିମ୍ବା ଟିମ ମ୍ୟାନେଜମେଣ୍ଟ ତରଫରୁ ଏପରି କୌଣସି ସୂଚନା ଦିଆଯାଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ରାହାଣେ ସୁସ୍ଥ ଥିବା ବେଳେ ଭାରତୀୟ ଦଳରେ ସାମିଲ ରହିଛନ୍ତି । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉପ-ଅଧିନାୟକ ଅଜିଙ୍କ୍ୟା ରାହାଣେ ।

Get real time updates directly on you device, subscribe now.