fbpx

ରହସ୍ୟମୟ ପଥର, ଆକାରରେ କରୁଛନ୍ତି ପରିବର୍ତ୍ତନ: ଅନୁସନ୍ଧାନ ଜାରି ରଖିଛନ୍ତି ଭୂତତ୍ତ୍ୱବିତ୍‌

ନୂଆଦିଲ୍ଲୀ: ସମସ୍ତଙ୍କଠାରେ ପରିବର୍ତ୍ତନ ଦେଖାଯାଇଥାଏ । ମାତ୍ର କୌଣସି ବଡ଼ ପଦାର୍ଥର ପରିବର୍ତ୍ତନ ଅଳ୍ପ ଦେଖିବାକୁ ମିଳିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରୋମାନିଆର ସେଲାନୀ ଗ୍ରାମରେ । ଏଠାରେ ଗୋଟିଏ କି ଦୁଇଟି ନୁହେଁ ହଜାର ହଜାର ସଂଖ୍ୟକ ପଥରର ପରିବର୍ତ୍ତନ ହେଉଛି । ଭୂତତ୍ତ୍ୱବିତ୍‌ମାନେ ଏହି ପଥରଗୁଡ଼ିକ ବିଷୟରେ ଅନେକ ଅନୁସନ୍ଧାନ କରିଛନ୍ତି କିନ୍ତୁ ଏଭଳି ହେବାର କାରଣ ସେମାନେ ଜାଣିପାରି ନାହାନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହା ରହସ୍ୟ ହୋଇ ରହିଛି । ତେବେ ଜଳ ସଂସ୍ପର୍ଶରେ ପଥରଗୁଡ଼ିକ ଆସିବା ପରେ ଏପରି ଘଟୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି । କେତେକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବର୍ଷା ସମୟରେ ବର୍ଷା ପାଣି ସଂସ୍ପର୍ଶରେ ଆସି ପଥରରେ ଥିବା ଖଣିଜ ଲବଣର ମାତ୍ରାରେ ବୃଦ୍ଧି ପାଇଥାଏ, ତେଣୁ ପଥରଗୁଡ଼ିକର ଆକାରରେ ପରିବର୍ତ୍ତନ ହେଉଛି । କିନ୍ତୁ ଏ ଯାଏ ଏହାର ଠିକ୍‌ ପ୍ରମାଣ ମିଳିାରି ନାହିଁ ।

Get real time updates directly on you device, subscribe now.