CHARIDHAM

Video: ପାର୍ଟି ପ୍ରତିଷ୍ଠା ଦିବସରେ ମାଆଙ୍କ ସହିତ ଦୁଷ୍ଟାମି କଲେ ରାହୁଲ ଗାନ୍ଧୀ, ଦେଖନ୍ତୁ କିପରି ଅଭିଯୋଗ କଲେ ସୋନିଆ

ନୂଆଦିଲ୍ଲୀ: ବୁଧବାର ଦିନ ନୂଆଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଇଭେଣ୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ମାଆ ସୋନିଆଙ୍କ ସହିତ ଦୁଷ୍ଟାମି କରୁଥିବା ଦେଖିବାକୁ ମିଳିଥିଲା । ସୋନିଆ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ବସିଥିବା ରାହୁଲ କଥାବାର୍ତ୍ତା ସମୟରେ ହସୁଥିବା ଏବଂ ତାଙ୍କ ମା’ଙ୍କ ଗାଲକୁ ଟାଣୁଥିବାର ନଜର ଆସିଥିଲେ । ପୁଅର ଏଭଳି ଦୁଷ୍ଟାମିକୁ ନେଇ ସୋନିଆ ଗାନ୍ଧୀ ତାଙ୍କ ପାଖରେ ବସିଥିବା ଜଣେ ବରିଷ୍ଠ ନେତାଙ୍କ ନିକଟରେ ମଜାରେ ଏହାର ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା ।

ଦଳର ୧୩୮ ତମ ପ୍ରତିଷ୍ଠା ଦିବସରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଯୋଗ ଦେଇ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ମଲ୍ଲିକାର୍ଜୁନ କହିଛନ୍ତି ଯେ ଭାରତର ମୂଳଦୁଆ ଉପରେ କ୍ରମାଗତ ଆକ୍ରମଣ କରାଯାଉଛି ଏବଂ ସମାଜକୁ ଘୃଣା ମାଧ୍ୟମରେ ବିଭକ୍ତ କରାଯାଉଥିବା କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଆଭିମୁଖ୍ୟ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଭାରତ ଅଗ୍ରଗତି କରିଛି । ଭାରତ କେବଳ ଏକ ସଫଳ ତଥା ଶକ୍ତିଶାଳୀ ଗଣତନ୍ତ୍ର ଭାବରେ ଉଭା ହୋଇନାହିଁ ବରଂ କିଛି ଦଶନ୍ଧି ମଧ୍ୟରେ ଏହା ଅର୍ଥନୈତିକ, ଆଣବିକ ଏବଂ ରଣନୈତିକ କ୍ଷେତ୍ରରେ ଏକ ସୁପର ଶକ୍ତି ହୋଇପାରିଛି । ଏହା ସହିତ କୃଷି, ଶିକ୍ଷା, ଚିକିତ୍ସା, ଆଇଟି ଭଳି କ୍ଷେତ୍ରରେ ଭାରତ ଶିର୍ଷରେ ରହିଛଡ଼ି ବୋଲି ଖାର୍ଗେ କହିଛନ୍ତି ।