fbpx

ମହାତ୍ମା ଗାନ୍ଧୀ ମରି ନାହାଁନ୍ତି ବଞ୍ଚିଛନ୍ତି; ଶିବଙ୍କ ଫଟୋକୁ ଦେଖାଇ ରାହୁଲ କହିଲେ କେଉଁଠି ରହିଛନ୍ତି ବାପୁ

Advertisement

ନୂଆଦିଲ୍ଲୀ: “ମହାତ୍ମା ଗାନ୍ଧୀ ମରି ନାହାଁନ୍ତି, ବଞ୍ଚିଛନ୍ତି।” ସଂସଦରେ ଭଗବାନ ଶିବଙ୍କ ଫଟୋକୁ ଦେଖାଇ ଏପରି କହିଲେ ରାହୁଲ ଗାନ୍ଧୀ। ରାହୁଲଙ୍କ ଏଭଳି ଭାଷଣ ଶୁଣି ସବୁ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଧାନମନ୍ତ୍ରୀ କହୁଛନ୍ତି ଗାନ୍ଧୀ ମରି ଯାଇଛନ୍ତି। ଚଳଚିତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ସବୁବେଳେ ଗାନ୍ଧୀଙ୍କୁ ପୁନର୍ଜିବୀତ କରୁଛନ୍ତି। ହେଲେ ମୁଁ କହୁଛି ଗାନ୍ଧୀ ମରି ନାହାଁନ୍ତି। ଗାନ୍ଧୀଙ୍କର ମୃତ୍ୟୁ ହୋଇନାହିଁ। ଗାନ୍ଧୀ ଏବେ ବି ବଞ୍ଚିଛନ୍ତି। ଗାନ୍ଧୀ ସବୁ ଦେଖୁଛନ୍ତି। ଶିବଙ୍କ ମଧ୍ୟରେ ରହିଛନ୍ତି ଗାନ୍ଧୀ।

ଏମିତି କିଛି କହିଛନ୍ତିି ରାହୁଲ ଗାନ୍ଧୀ। ବିଜେପି କେମିତି ଧର୍ମକୁ ନେଇ ରାଜନୀତି କରୁଛି ତାକୁ ନେଇ ଯୁକ୍ତି କରିଛନ୍ତି। ଗାନ୍ଧୀଙ୍କୁ କେମିତି ଅଣଦେଖା କରାଯାଉଛି ତାକୁ ନେଇ ସଂସଦରେ ପ୍ରଶ୍ନ କରିଛନ୍ତି। ଆଉ କହିଛନ୍ତି ଶିବଙ୍କ ମଧ୍ୟରେ ରହିଛନ୍ତି ଗାନ୍ଧୀଜି। ରାହୁଲ କହିଲେ ଯେଉଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ସବୁବେଳେ କହୁଛନ୍ତି ତାଙ୍କର ମୃତ୍ୟୁ ହୋଇଯାଇଛି। ଫିଲ୍ମ ମାଧ୍ୟମରେ ତାଙ୍କ ପୁନର୍ଜିବୀତ କରିବାକୁ ଚେଷ୍ଟା କରାଯାଉଛି। ସେହି ମହାତ୍ମା ମରି ନାହାଁନ୍ତି।

ଶିବଙ୍କ ମଧ୍ୟରେ ସେ ଜୀବୀତ ରହିଛନ୍ତି। ଲୋକସଭାରେ ରହୁଲଙ୍କ ଏଭଳି ବୟାନ ପୁରା ହଇଚଇ ସୃଷ୍ଟି କରିଦେଇଥିଲା। ଶିବଙ୍କ ମଧ୍ୟରେ ଗାନ୍ଧୀଜି ରହିଛନ୍ତି ବୋଲି ମଧ୍ୟ କହିଦେଲେ । ଯେଉଁ ଫଟୋକୁ ବାଚସ୍ପତି ଦେଖାଇବା ପାଇଁ ମନା କରିଥିଲେ ସେହି ଫଟୋକୁ ବାରମ୍ବାର ଦେଖାଉ ଥିଲେ ରାହୁଲ। ବାଚସ୍ପତିଙ୍କ କଥାକୁ ବାରମ୍ବାର ଅବମାନନା କରୁଥିଲେ। ହିନ୍ଦୁ ଧର୍ମକୁ ନେଇ ବଡ଼ ବଡ଼ ବୟାନ ରହିଛନ୍ତି ରାହୁଲ। ହିନ୍ଦୁ କହୁଥିବା ଲୋକ ହିନ୍ଦୁ ନୁହେଁ ବୋଲି ବଡ଼ କଥା କହିଦେଇଛନ୍ତି।

Get real time updates directly on you device, subscribe now.