fbpx

‘ଉଦଘାଟନକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି’ – ମୋଦୀଙ୍କୁ ଟାର୍ଗେଟ କରି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ବିରୋଧୀ ଦଳର ବଏକଟ୍ ସତ୍ତେ୍ୱ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଗୃହର ଉଦଘାଟନ କରିଛନ୍ତି। ସମ୍ପୂର୍ଣ୍ଣ ଭାବରେ ପାରମ୍ପାରିକ ଢଙ୍ଗରେ ଉଦଘାଟନ ସମାରୋହ ଆୟୋଜନ କରାଯାଇଥିଲା । ସକାଳ ୭ଟାରୁ ହୋମ ଯଜ୍ଞରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ । ତେବେ ଏସବୁକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରିବା ସହ କଡା ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ଏହା କ’ଣ ସତରେ ନୂତନ ସଂସଦ ଗୃହର ଉଦଘାଟନ ସମାରୋହ ଥିଲା ନା ମୋଦୀଙ୍କ ରାଜ୍ୟାଭିଷେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ।

ପାରମ୍ପାରିକ ପୋଷାକ ପିନ୍ଧି ପିଏମ ମୋଦୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ନୂତନ ସଂସଦ ଭବନର ଉଦଘାଟନ ପୂର୍ବରୁ ପୂଜା କରିଥିଲେ। ପ୍ରଧାନମନ୍ତ୍ରୀ ତାମିଲନାଡୁର ବିଭିନ୍ନ ଆଦମଙ୍କ ମହାଯାଜକଙ୍କଠାରୁ ଆଶୀର୍ବାଦ ଲୋଡିଥିଲେ ଏବଂ ପରେ ନୂତନ ସଂସଦ ଗୃହରେ ବାଚସ୍ପତିଙ୍କ ଚେୟାର ନିକଟରେ ସେଙ୍ଗୋଲ ସ୍ଥାପନ କରିଥିଲେ। ତେବେ ଏସବୁକୁ ଦେଖିଲେ ସେତେ ଯେମିତି ଲାଗୁଛି ରାଜବଂଶର କେଉଁ ଏକ ରାଜ୍ୟାଭିଷେକ ଅନୁଷ୍ଠିତ ହେଉଥିବା ରାହୁଲ କହିଛନ୍ତି । ନୂତନ ସଂସଦ ଗୃହର ଉଦଘାଟନ୍ ଅବସରରେ ମୋଦୀ ନିଜର ରାଜ୍ୟାଭିଷେକ ଆୟୋଜନ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ନୂତନ ସଂସଦ ଗୃହ କିଏ ଉଦଘାଟନ୍ କରିବ ଏହାକୁ ନେଇ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ରାଷ୍ଟ୍ରପିତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରିବେ ବୋଲି ବିରୋଧୀ ଦାବି କରିଥିଲେ । ଏହି ଦାବି ପୂଣର ନ ହେବାରୁ ପ୍ରାୟ ୨୦ ଟି ବିରୋଧୀ ଦଳ ଏହି ଉଦଘାଟନୀ ସମାରୋହରୁ ଦୁରେଇ ରହିଥିଲେ ।

ନୂତନ ସଂସଦ ଭବନର ଉଦଘାଟନ ନେଇ ଅନେକ ବିରୋଧୀ ଦଳ ବିଜେପି ଉପରେ ଆକ୍ରମଣ କରିଥିଲେ। ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ନୂତନ ସଂସଦ ଭବନର ସ୍ଥାପତ୍ୟକୁ ଏକ କଫିନ୍ ସହିତ ତୁଳନା କରିଛି। ବିଜେପି ପକ୍ଷରୁ ଏହାର କଡା ଜବାବ ଦିଆଯାଇ କୁହାଯାଇଥିଲା ଯେ ୨୦୨୪ ଲୋକସଭା ନିର୍ବାଚନରେ ଲୋକମାନେ ବିହାର ଦଳକୁ ଏପରି କଫିନ୍ ରେ ସମାଧି ଦେବେ।

 

Get real time updates directly on you device, subscribe now.