fbpx

ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନଙ୍କୁ ହଟାଯିବା ନେଇ ପ୍ରଥମ ଥର ମୁହଁ ଖୋଲିଲେ ରାହୁଲ ଗାନ୍ଧୀ: କହିଲେ କାରଣ

ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କାହଁକି ହଟାଯାଇଥିଲା? ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଖୁଲାସା କରିଛନ୍ତି । ଆସନ୍ତା ଫେବୃଆରୀ ୨୦ ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଗୁରୁବାର ଏକ ନିର୍ବାଚନୀ ସଭାକୁ ସମ୍ବୋନ୍ଧିତ କରି ରାହୁଲ କ୍ୟାପ୍ଟେନଙ୍କୁ ହଟାଯିବାର କାରଣ କହିଛନ୍ତି ।

ପଞ୍ଜାବର ଫତେଗଡ଼ରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି କ୍ୟାପ୍ଟେନ ପଞ୍ଜାବର ଲୋକଙ୍କୁ ମାଗଣାରେ ବିଜୁଳି ଦୋବକୁ ଚାହୁନଥିଲେ । ସେ କହୁଥିଲେ ଯେ ବିଜୁଳି ଯୋଗାଉଥିବା କମ୍ପାନୀମାନଙ୍କ ସହ ଡିଲ୍ ହୋଇଛି ଯାହାକୁ ବଦଳାଯାଇପାରିବ ନାହିଁ । ସେ ଆହୁରି କହିଛନ୍ତି ପଞ୍ଜାବରେ ଡ୍ରଗ୍ସ ଯୁବକଙ୍କ ଜୀବନ ନଷ୍ଟ କରୁଛି ତେଣୁ ଏହାକୁ ରୋକିବାକୁ ହେବ ନହେଲେ ପଞ୍ଜାବରେ ବିକାଶ ନରର୍ଥକ ।

ସୂଚନାଯୋଗ୍ୟ, ୨୦୧୭ରେ ପଞ୍ଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ କରିଥିଲା । ଗତବର୍ଷ ସେପ୍ଟେମ୍ବରରେ ପଞ୍ଜାବରେ କ୍ୟାପ୍ଟେନଙ୍କୁ ହଟାଇ ଚରଣଜିତ ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ଏବେ କ୍ୟାପ୍ଟେନ ତାଙ୍କର ଏକ ଅଲଗା ଦଳ ଗଠନ କରି ବିଜେପି ସହ ମିଶି ନିର୍ବାଚନ ଲଢ଼ିବେ ।

 

Get real time updates directly on you device, subscribe now.