୧୧ରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ବଦଳିଲା ତାରିଖ

ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ

ଭୁବନେଶ୍ୱର: ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ। ପୂର୍ବରୁ ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା।

କିନ୍ତୁ ବର୍ତ୍ତମାନ ଏହି ତାରିଖ ପରିବର୍ତ୍ତନ ହୋଇଛି। ୧୧ ଜୁଲାଇରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିପାରନ୍ତି ବୋଲି କୁହାଯାଉଛି।

ଭୁବନେଶ୍ୱରରେ କଂଗ୍ରେସ ତରଫରୁ ହେବାକୁ ଯାଉଛି ବଡ଼ ସମାବେଶ; ଯେଉଁଥିରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ଦଳୀୟ ଅଧ୍ୟକ୍ଷ ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବ କଂଗ୍ରେସ । ଜୁଲାଇ ୯ ପରିବର୍ତ୍ତେ 11ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ।

ଅନେକ ଦିନ ଧରି ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଦୀର୍ଘ ଦିନ ପରେ ରାହୁଲ ଓଡ଼ିଶା ଆସୁଥିବା କହିଛନ୍ତି, ରାଜ୍ୟ ପିସିସି ସଭାପତି ଭକ୍ତ ଦାସ ।