fbpx

ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ: ଗାତରୁ ଉଦ୍ଧାର ପରେ ୧୦ ଦିନ ଧରି ଚାଲିଥିଲା ଚିକିତ୍ସା

ନୂଆଦିଲ୍ଲୀ: ଛତିଶଗଡ଼ ବିଳାସପୁର ଆପୋଲୋ ହସ୍ପିଟାଲରୁ ଆଜି ଡିସଚାର୍ଜ ହୋଇଛନ୍ତି ରାହୁଲ ସାହୁ । ସୁସ୍ଥ ହେବା ପରେ ହିଁ ରାହୁଲ ଘରକୁ ଫେରିଥିବା ଜଣାପଡିଛିି । ଗାତରୁ ଉଦ୍ଧାର ହେବା ପରେ ସେ ପ୍ରାୟ ୧୦ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିଲେ । ରାହୁଲଙ୍କ ଚିକିତ୍ସା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।

୨ଟାରେ ଜାଞ୍ଜଗିର ଚାମ୍ପା ଜିଲ୍ଲାପାଳଙ୍କୁ ସାକ୍ଷାତ କରିବେ ରାହୁଲ । ଅପରାହ୍ନ ୩ଟା ବେଳକୁ ନିଜ ଗାଁ ପିହରିଡରେ ସେ ପହଞ୍ଚିବେ । ସେଠାରେ ସ୍ୱାଗତ ସମ୍ବର୍ଦ୍ଧନା ସହ ଶୋଭାଯାତ୍ରା କରି ରାହୁଲଙ୍କୁ ଘରକୁ ନିଆଯିବ ବୋଲି ଜଣାପଡିଛି ।

ତେବେ ୬୦ ଫୁଟ ବୋରୱେଲ ଗାତରେ ରାହୁଲ ଖସିପଡ଼ିଥିଲେ । ୫ ଦିନ ଧରି ରାହୁଲ ଗାତରେ ଫସି ରହିଥିଲେ । ୧୦୫ ଘଣ୍ଟାର ମାରାଥନ୍ ଅପରେସନରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ତାଙ୍କୁ ଉଦ୍ଧାର କରିଥିଲେ । ଗତ ୧୪ ତାରିଖରୁ ବୋରୱେଲ ଗାତରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ହେବା ପରେ ସେ ଘରକୁ ଫେରୁଛନ୍ତି । ରାହୁଲଙ୍କୁ ବାଦୟ ଜଣାଇଛନ୍ତି ଜାଞ୍ଜଗୀର ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ ଓ ଏସପି । ବିଳାସପୁର ଏସପିଙ୍କ ପକ୍ଷରୁ ଗିଫ୍ଟ ଆକାରରେ ରାହୁଲଙ୍କୁ ସାଇକେଲ ଓ ଚକୋଲେଟ ଦିଆଯାଇଛି ।

Get real time updates directly on you device, subscribe now.