fbpx

ଟି-୨୦ ଦଳକୁ ଫେରି ପାରିବେନି ରାହୁଲ-ଶ୍ରେୟସ! ଚହଲଙ୍କୁ ବି ମିଳିବନି ସୁଯୋଗ…

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତ ନିଜ ଦଳ ଘୋଷଣା କରିସାରିଛି । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ବର୍ଷକ ପରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଆହତ ସମସ୍ୟା ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ଦଳର ଷ୍ଟାର ବ୍ୟାଟର କେ.ଏଲ ରାହୁଲ, ଶ୍ରେୟସ ଆୟରଙ୍କ ସହ ୟୁଜବେନ୍ଦ୍ର ଚହଲ ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ । ତେଣୁ କୁହାଯାଉଛି ଯେ, ଭାରତୀୟ ଦଳ ଏମାନଙ୍କ ବିକଳ୍ପ ବାଛି ନେଇଛି ଏବଂ ଏହି କେଳାଳିମାନଙ୍କ ପାଇଁ ଦଳରେ ଆଉ ଜାଗା ନାହିଁ ।

ଗତ କିଛିଟା ସିରିଜରୁ ଭାରତୀୟ ଟି-୨୦ ଦଳରେ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କୁ ଚୟନ କରିନାହିଁ କ୍ରିକେଟ ବୋର୍ଡ । ଟି-୨୦ ଫର୍ମାଟରେ ଉଭୟଙ୍କୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ରାହୁଲ-ଶ୍ରେୟସ ବାରମ୍ବାର ନିରାଶ କରିଛନ୍ତି । ଟି-୨୦ରେ ଉଭୟଙ୍କ ଷ୍ଟ୍ରାଇକ ସନ୍ତୋଷଜନକ ନଥିବାରୁ ବିସିସିଆଇ ସେମାନଙ୍କୁ ଦଳରୁ ବାଦ୍ ଦେଉଥିବା ଅନୁମାନ କରାଯାଉଛି । ରାହୁଲ ଭାରତ ପାଇଁ ୭୨ଟି ଟି-୨୦ ମ୍ୟାଚରୁ ୧୩୯.୧୩ ଷ୍ଟ୍ରାଇକ ରେଯରେ ରନ୍ କରିଥିବା ବେଳେ ଶ୍ରେୟସଙ୍କ ଷ୍ଟ୍ରାଇକ ରେଟ ୧୩୬.୧୩ ରହିଛି । ସେଥିପାଇଁ ରାହୁଲ ଏବଂ ଶ୍ରେୟସଙ୍କ ବିକଳ୍ପ ଖୋଜିନେଇଛି ଟିମ ଇଣ୍ଡିଆ ।

ଏହାବ୍ୟତୀତ ୟୁଜବେନ୍ଦ୍ର ଚହଲ ଏବଂ ଅଶ୍ୱୀନ ମଧ୍ୟ ଟି-୨୦ ଦଳରୁ ଧିରେ ଧିରେ ବାଦ୍ ପଡ଼ିଛନ୍ତି । ଭାରତୀୟ ଦଳକୁ ଚହଲଙ୍କ କମବ୍ୟାକ ଖୁବ କଷ୍ଟକର ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ସମୟରେ ରବି ବିଷ୍ଣୋଇ ଚହଲଙ୍କ ପ୍ରମୁଖ ବିକଳ୍ପ ଭାବରେ ଦଳରେ ସାମିଲ ହୋଇଛନ୍ତି । ଚହଲ ଟିମ ଇଣ୍ଡିଆ ପାଇଁ ୮୦ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ୮.୧୯ ଇକୋନୋମୀ ଏବଂ ୨୫.୦୯ ହାରରେ ୯୬ଟି ସଫଳତା ପାଇଛନ୍ତି । କିନ୍ତୁ ରବି ବିଷ୍ଣୋଇ ୨୧ଟି ମ୍ୟାଚରୁ ୭.୧୫ ଇକୋନୋମୀ ସହ ୩୧ଟି ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟ ପକ୍ଷରେ ଷ୍ୟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲଙ୍କ ପାଇଁ ରବି ଅଶ୍ୱୀନଙ୍କୁ ପୁଣିଥରେ ଦଳରେ ନିଜ ସ୍ଥାନ ହାସଲ କରିବା କଷ୍ଟକର ହୋଇପଡ଼ିଛି ।

Get real time updates directly on you device, subscribe now.