fbpx

IPL-2025ରେ ନୂଆ ଦଳରୁ ଖେଳିବେ ରାହୁଲ! LSGକୁ ମିଳିବ ନୂଆ ଅଧିନାୟକ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନରେ ସାମିଲ ହେବେ ସମସ୍ତ କ୍ରିକେଟର । କିଛି କେଳାଳିଙ୍କ ବ୍ୟତୀତ ସମସ୍ତ ଦଳର ଅନେକ ଖେଳାଳି ପୁଣିଥରେ ନିଲାମୀ ପ୍ରକ୍ରିିୟା ଦେଇ ଗତି କରିବେ । ଏହାଭିତରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲ । ଆସନ୍ତା ଆଇପିଏଲ ସିଜନ ପାଇଁ ରାହୁଲ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଲକ୍ଷ୍ନୌ ପରିବର୍ତ୍ତେ ରାହୁଲ ନିଜ ପୁରୁଣା ଦଳ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେବାରେ ଲାଗିଛି । ତେବେ ଏ ନେଇ ଖୁବଶୀଘ୍ର ଏକ ବଡ଼ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସୋସିଆଲ ମିଡିଆରେ ଆଲୋଚନା ହେଉଛି ଯେ, କେ.ଏଲ ରାହୁଲ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ ସହ ସମ୍ପର୍କ ତୁଟଇ ସାରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାହୁଲ କିମ୍ବା ଲକ୍ଷ୍ନୌ ସୁପର ଜିଆଣ୍ଟସ ତରଫରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ରାହୁଲ ଦଳରୁ ବିଦାୟ ନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ୨୦୨୨ ମସିହାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲରେ ଏଣ୍ଟ୍ରି କରିବା ସହ ରାହୁଲଙ୍କୁ ଅଧିନାୟକ ଭାବରେ ଚୟନ କରିଥିଲା । ଲଗାତାର ୨ଟି ସିଜନରେ ରାହୁଲ ଦଳକୁ ପ୍ଲେଅଫରେ ପହଞ୍ଚାଇଥିଲେ । କିନ୍ତୁ ୨୦୨୪ରେ ଦଳ ଏଥିରେ ଫେଲ୍ ହୋଇଛି । ଏହି ସିଜନରେ ରାହୁଲ ଏବଂ ଦଳର ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଯାହା ପରେ ରାହୁଲ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

କିଛି ଦିନ ତଳେ ଏହି ମାମଲା ନେଇ କୌଣସି ବୟାନ ଦେବାକୁ ମନା କରି ଦେଇଥିଲେ ଦଳର ମାଲିକ ସଞ୍ଜୀବ ଗୋଏନକା । ତେବେ ରାହୁଲ ଏହି ପରିବାରର ଜଣେ ପ୍ରମୁଖ ଅଂଶ ବୋଲି ସେ ପ୍ରକାଶ କରିଥିଲେ । ରିପୋର୍ଟ ଅନୁସାରେ, କେ.ଏଲ ରାହୁଲଙ୍କୁ ରିଟେନ୍ କରିବା ନେଇ ଆଶା ପ୍ରକଟ କରିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । କିନ୍ତୁ ଚଳିତଥର ଏଲଏସଜି ଫ୍ରାଞ୍ଚାଇଜି ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଏହି ଘଟଣା ଦଳର ଏହି ପଦକ୍ଷେପରୁ ଅନୁମାନ କରାଯାଉଛି । ଏବେ ଏହି ଘଟଣା ରାହୁଲ ଦଳ ଛାଡ଼ିବା ସମ୍ଭାବନାକୁ ଆହୁରି ମଜବୁତ କରିଛି ।

Get real time updates directly on you device, subscribe now.