fbpx

କୁବେର ବ୍ୟବସାୟୀ: ୪୦ ଘଣ୍ଟା ଧରି ଚଢ଼ାଉ, ମିଳିଲା ୧୭୯ କୋଟି; ୮୦ଟି ବକ୍ସରେ ଟଙ୍କା ଭର୍ତ୍ତି କରି କଣ୍ଟେନରରେ ପଠାଗଲା ବ୍ୟାଙ୍କ

Advertisement

ନୂଆଦିଲ୍ଲୀ: ସମାଜବାଦୀ ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଗତକାଲି ଚଢ଼ାଉ କରାଯାଇଥିଲା । ତାଙ୍କ ଘରେ ପ୍ରାୟ ୪୦ ଘଣ୍ଟା କାଳ ରେଡ୍ କରାଯାଇଥିବା ଖବର ମିଳିଛି । ଏହି ୪୦ ଘଣ୍ଟା ମଧ୍ୟରେ ତାଙ୍କ ଘରୁ ୧୭୯ କୋଟି ଟଙ୍କା ନଗଦ ମିଳିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜିଜିଆଇର ଅଧିକାରୀ ମାନେ ଚଢ଼ାଉ ଜାରି ରଖିଥିଲେ । ପ୍ରାୟ ୩୦ ଜଣ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଟଙ୍କା ଗଣିବା ପାଇଁ ୧୩ଟି ମେସିନ୍ କେବଳ ଅଣାଯାଇଥିଲା । ଏହିସବୁ ଟଙ୍କାକୁ ୮୦ଟି ବକ୍ସରେ ରଖାଯାଇ କଣ୍ଟେନର୍ ରେ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାକୁ ପଠାଯାଇଥିଲା ।

ଖାଲି ସେତିକି ନୁହେଁ ୧୭୯ କୋଟି ଟଙ୍କା ବ୍ୟତୀତ ତାଙ୍କ ଘରୁ କନୌଜ ସ୍ଥିତ ପୀୟୁଷଙ୍କ ଘରୁ ୧ କୋଟି ଟଙ୍କାର କେବଳ ଗହଣା ମିଳିଛି । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ୍ ଜାରି ରଖିଥିଲେ ଡିଜିଜିଆଇର ଅଧିକାରୀ । ଗୋଟିଏ ଆଲମାରୀରୁ ଚାବି ନ ମିଳିବାରୁ ହାତୁଡ଼ିରେ ତାଲା ଭଙ୍ଗାଯାଇଥିଲା । ସେଥିରୁ ୧ କୋଟି ଟଙ୍କାର ଗହଣା ଓ ୪ କୋଟି ଟଙ୍କା ମିଳିଥିଲା । ତେବେ ବୁଧବାର ଦିନ ଯେତେବେଳେ ଯାଞ୍ଚ ଆରମ୍ଭ ହୋଇଥିଲା ସେ ସମୟରେ ଅଧିକାରୀଙ୍କୁ ଅନେକ ଆଲମାରୀ ମିଳିଥିଲା ଯେଉଁଥିରେ ପୁଳା ପୁଳା ଟଙ୍କା କେବଳ ଭର୍ତ୍ତି ହୋଇଥିଲା ବୁଧବାର ଦିନ ପୀୟୁଷ ଜୈନଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିଲା । ଦ୍ୱିତୀୟ ଦିନ ଅଫିସର୍ ମାନେ ଚାବିରେ ତାଲା ଖୋଲିଥିଲେ । ସେଠାରୁ ଅନେକ ମାତ୍ରାରେ ନୋଟ୍ ମିଳିଥିଲା । ଏସବୁକୁ ଶୁକ୍ରବାର ଦିନ ଗଣାଯାଇଥିଲା ।

ଏହା ବ୍ୟତୀତ ଅଧିକାରୀ ମାନଙ୍କୁ ସାଧାରଣ କାନ୍ଥ ଠାରୁ କିଛି କାନ୍ଥ ଆଂଶିକ ଅଲଗା ଲାଗିଥିଲା । ତେଣୁ ସେମାନେ କାନ୍ଥ କୁ ଠକ୍ ଠକ୍ କରିଥିଲେ । ଯାହାଫଳରେ ସେସବୁ ଫମ୍ପା ଶବ୍ଦ ହୋଇଥିଲା । ତେଣୁ ଯେତେବେଳେ କାନ୍ଥକୁ ଭାଙ୍ଗିଥିଲେ ସେ ସମୟରେ କାନ୍ଥରୁ ନୋଟ୍ ବଣ୍ଡଲ ଖସିବାକୁ ଲାଗିଲା ଓ ଏସବୁକୁ ପଲିଥିନ୍ ଓ କାଗଜରେ ପ୍ୟାକ୍ କରି ରଖାଯାଇଥିଲା ।

Get real time updates directly on you device, subscribe now.