fbpx

ଆଜି ୩୮୦ଟି ଟ୍ରେନ୍ ବାତିଲ କଲା ରେଳବାଇ, ଯାତ୍ରା ପୂର୍ବରୁ ଚେକ୍ କରନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ଆଜି ଅନେକ ସଂଖ୍ୟାରେ ଟ୍ରେନ୍ କୁ ବାତିଲ କରିଛି । ସୋମବାର ଦିନ ଭାଲେଣ୍ଟାଇନ୍ ଡେ ରେ ୩୮୦ଟି ଟ୍ରେନ୍ କୁ ବାତିଲ କରିଛି ରେଳବାଇ । ଆଜି ୧୭ଟି ଟ୍ରେନ୍ କୁ ପାର୍ସିଆଲି କ୍ୟାନ୍ସିଲ୍ କରିଛି ରେଳବାଇ । ଏଥିରେ ସ୍ପେଶାଲ୍ ଟ୍ରେନ୍, ମେଲ୍ ଏକ୍ସପ୍ରେସ୍ ଓ ସୁପରଫାଷ୍ଟ୍ ଟ୍ରେନ୍ ବି ସାମିଲ ରହିଛି । ଯଦି ଆପଣ ମାନେ କେଉଁଠିକୁ ଯିବାକୁ ଯୋଜନା କରୁଛନ୍ତି ତାହେଲେ ଟ୍ରେନ୍ ଷ୍ଟାଟସ୍ ଚେକ୍ କରି ଯାତ୍ରା କରନ୍ତୁ ।

ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟ ସାମିଲ ରହିଛି । କେବଳ ଆଜି ନୁହେଁ ପ୍ରତିଦିନ ରେଳବାଇ ଅନେକ ସଂଖ୍ୟାରେ ଟ୍ରେନ୍ କୁ ବାତିଲ କରିଥାଏ । ଯାତ୍ରା କରିବା ପୂର୍ବରୁ ରେଳବାଇ ହେଲପ୍ ଲାଇନ୍ କିମ୍ବା ଅଫିସିଆଲ୍ ୱେବସାଇଟ୍ enquiry.indianrail.gov.in କୁ ଯାଇ ବାତିଲ ଟ୍ରେନ୍ ବାବଦରେ ପତା ଲଗାନ୍ତୁ । ଏହା ବ୍ୟତୀତ ଆପଣ ଏନଟିଇଏସ୍ ମୋବାଇଲ୍ ଆପ୍ କୁ ଯାଇ ମଧ୍ୟ ସୂଚନା ପାଇପାରିବେ ।

ସର୍ବପ୍ରଥମେ enquiry.indianrail.gov.in/mntes/ କୁ ଯାଆନ୍ତୁ । ଆପଣଙ୍କ ସ୍କ୍ରିନ୍ ରେ ଡାହାଣ ପଟ ଟପ୍ ପ୍ୟାନେଲ୍ ରେ ଏକ୍ସେପସନାଲ୍ ଟ୍ରେନ୍ସ ଲେଖାଥିବ । ସେଠାରେ କ୍ଲିକ୍ କରନ୍ତୁ । ଏଥିରେ ଅନେକ ବିକଳ୍ପ ଦେଖିବାକୁ ପାଇବେ । ଯେଉଁଥିରେ ବାତିଲ ହୋଇଥିବା ଟ୍ରେନ୍ ର ତାଲିକା ଥିବ ।

Get real time updates directly on you device, subscribe now.